ବିବାହ ବନ୍ଧନରେ ଆବଦ୍ଧ ହେଲେ ବିଗ୍ ବସ୍ ସିଜନ୍ -୯ ର ଏହି ଦୁଇ ପ୍ରତିଯୋଗୀ ! ସେଟରୁ ଆରମ୍ଭ ହୋଇଥିଲା ପ୍ରେମ ।

ବିବାହ ବନ୍ଧନରେ ଆବଦ୍ଧ ହେଲେ ବିଗ୍ ବସ୍ ସିଜନ୍ -୯ ର ଏହି ଦୁଇ ପ୍ରତିଯୋଗୀ ! ସେଟରୁ ଆରମ୍ଭ ହୋଇଥିଲା ପ୍ରେମ ।

Zee News

କୁହାଯାଏ ଭଗବାନ ଉପରୁ ହିଁ ଯୋଡି କରି ପଠାଇଥାନ୍ତି । ଆଜି ଆମ ପାଖରେ ଏପରି ଏକ ଉଦାହରଣ ଅଛି ଯିଏ ଏହି କଥାକୁ ସତ ପ୍ରମାଣିତ କରିଛନ୍ତି । ଆପଣ ଜଣିପାରୁଥିବେ ଆମେ କାହା କଥା କହୁଛୁ । ଆଜ୍ଞା ହଁ, ଆମେ ଚର୍ଚ୍ଚା କରୁଛୁ ଟିଭି ଦୁନିଆର ଚର୍ଚ୍ଚିତ ଯୋଡି ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧରୀଙ୍କ ବିଷୟରେ । ଏହି ଯୋଡି ମୁମ୍ବାଇରେ ଭାରତୀୟ ରିତି ନିତିରେ ପରିବାର ଏବଂ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

publive-image

ପୂର୍ବରୁ ମେହେନ୍ଦୀ, ରିଙ୍ଗ ସେରେମୋନି ଏବଂ ସଙ୍ଗିତର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଦୁହିଁଙ୍କର ବିବାହର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଫଟୋ ଏବଂ ଭିଡିଓରେ ଦୁହିଁଙ୍କ ମଧ୍ୟରେ ଥିବା ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଏହା ସହିତ ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିବାହକୁ ଖୁବ ଉପଭୋଗ କରିଥିବା ଦେଖିବାକୁ ମିଳିଛି ।

publive-image

ଦୁହିଁଙ୍କ ସାକ୍ଷାତ ବିଗ୍ ବସ୍ – ୯ ରିୟଲିଟି ଶୋ’ରେ ହୋଇଥିଲା । ଏହାପରେ ପ୍ରିନ୍ସ ୟୁଭିକାଙ୍କ ପ୍ରେମରେ ପଡିଥିଲେ ଏବଂ ଏକ ହାର୍ଟ ସେପ୍ ର ପରଟା ପ୍ରସ୍ତୁତ କରି ତାଙ୍କୁ ପ୍ରପୋଜ୍ କରିଥିଲେ । କିନ୍ତୁ ୟୁଭିକା ଏହାର ଉତ୍ତର ଦେବା ପୂର୍ବରୁ ହିଁ ଶୋ’ରୁ ବାହାରି ଯାଇଥିଲେ । ଏହାପରେ ଶୋ’ରେ ବେଲି ଡ୍ୟାନ୍ସର ନୋରା ଫତେହିଙ୍କ ଏଣ୍ଟ୍ରି ହେଲା ଏବଂ ପ୍ରିନ୍ସ ତାଙ୍କ ପ୍ରେମରେ ପଡିଗଲେ । କିନ୍ତୁ ବିଗ୍ ବସ୍ ଶେଷ ହେବା ପରେ ଦୁହିଁଙ୍କ ମଧ୍ୟରେ ପୂର୍ବଭଳି ପ୍ରେମ ରହିନଥିଲା ଏବଂ ୟୁଭିକା ପ୍ରିନ୍ସଙ୍କ ନିକଟତର ହେବାକୁ ଲାଗିଲେ ଏହାପରେ ଦୁହିଁଙ୍କ ମଧ୍ୟରେ କିଛି ଦିନ ଡେଟିଙ୍ଗ୍ ,ତା’ପରେ ନିର୍ବନ୍ଧ ଏବଂ ଏବେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe