ବ୍ରିଟେନ ରାଜ ପରିବାରର ଗୁମର ଖୋଲିଲେ ବୋହୂ ମେଘନ ମର୍କେଲ । ସାକ୍ଷାତକାରରେ କହିଲେ , ରାଜ ପରିବାରରେ ଯାହା ଭାବନ୍ତି, ତାହା ଘଟେନାହିଁ ।

262

କନକ ବ୍ୟୁରୋ: ବ୍ରିଟିଶ ରାଜ ପରିବାରକୁ ନେଇ ସମସ୍ତଙ୍କୁ ଚକିତ କଲା ଭଳି ଖୁଲାସା କରିଛନ୍ତି ବ୍ରିଟେନ ଯୁବରାଜ ପ୍ରିନ୍ସ ହ୍ୟାରୀଙ୍କ ପତ୍ନୀ ମେଘନ ମାର୍କେଲ । ଜଣେ ବିଶିଷ୍ଟ ସାମ୍ବାଦିକା ଓପରା ୱିନଫ୍ରେଙ୍କ ସାକ୍ଷାତକାରରେ ମେଘନ କହିଛନ୍ତି, ସେ ଗୋଟେ ସମୟରେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ । ବ୍ରିଟିଶ ରାଜ ପରିବାରରେ ଏଭଳି ଏକ ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ଏହି ସାକ୍ଷାତକାରରେ ପୁରା ଘଟଣା ବୟାନ କରିଛନ୍ତି ମେଘନ ମାର୍କେଲ ।

ମେଘନ ମାର୍କେଲ କହିଛନ୍ତି, ସମୟ ଏମିତି ଆସିଥିଲା, ଯେତେବେଳେ ମୋତେ ଲାଗୁଥିଲା ମୁଁ ବାହାରକୁ ନଗଲେ, ମୁଁ ଆଉ ବଂଚି ପାରିବନି । ମୁଁ ଅଭିଯୋଗ ଆଣୁନି, ମୁଁ ଚକିତ ହେଲା ପରି କିଛି କହୁନି । ଯାହା ମୋ ଜୀବନରେ ଘଟିଛି ମୁଁ ତାହା କହୁଛି । ଅସଲ କଥା ହେଉଛି, ବ୍ରିଟେନ୍ ରାଜ ପରିବାରରେ ପ୍ରକୃତରେ ଚାଲି ଥାଏ କଣ ? ତା ସାଧାରଣତଃ ବାହାରକୁ ଆସିନଥାଏ । ତେବେ ଏହାକୁ ନେଇ ଏକ ସାକ୍ଷାତକାରରେ ବଡ ଖୁଲାସା କରିଛନ୍ତି ବ୍ରିଟେନ ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ପତ୍ନୀ ମେଘନ ମାର୍କେଲ । ରାଜ ପରିବାରରେ ସମୟ ଏପରି ଆସିଥିଲା ଯେତେବେଳେ ତାଙ୍କୁ ଲାଗିଥିଲା ସେ ଯଦି ବାହାରକୁ ନ ଯିବେ ତେବେ ତାଙ୍କ ଜୀବନ ଚାଲିଯିବ । ଏପରିକି ତାଙ୍କ ମନକୁ ଆତ୍ମହତ୍ୟାର ଭାବନା ବି ଆସିଥିଲା ବୋଲି ଖୁଲାସା କରିଛନ୍ତି ବ୍ରିଟେନ ରାଜ ପରିବାରର ପୁତ୍ରବଧୂ ମେଘନ ।

ପ୍ରିନ୍ସ ହ୍ୟାରୀଙ୍କୁ ନେଇ କଥା ହେବା ବେଳେ ଅଧିକ ଭାବପ୍ରବଣ ହୋଇ ପଡିଥିଲେ ମେଘନ । ବଂକିମହାମ ପ୍ୟାଲେସରେ ବ୍ରିଟେନ ରାଜ ପରିବାରର ସଦସ୍ୟ ଥିଲେ ଅଲଗା । କିନ୍ତୁ ଏହାକୁ ପରିଚାଳନା କରୁଥିବା ଲୋକ ଥିଲେ ଅଲଗା । ଯେଉଁ କାରଣ ପାଇଁ ଅନେକ ସମୟରେ ଅଜଣା ଚାପ ରହୁଥିଲା । ପତିଙ୍କୁ ଚାହିଁ ମୁହଁ ବନ୍ଦ କରି ରହିବାକୁ ଚାପ ବି ପଡୁଥିଲା । ତେଣୁ ସେଠାରୁ ସେମାନେ ବାହାରି ଯାଇ ନିଜ ଜୀବନ ବଂଚିବାକୁ ବିଚାର କରିଥିଲେ ବୋଲି ସାକ୍ଷାତକାର ଖୁଲାସା କରିଛନ୍ତି ମେଘନ ।

ରାଜ ପରିବାରରେ ରାଜ ପୁତ୍ର ଓ ରାଜ ବଧୂଙ୍କୁ ସ୍ୱାଧୀନତା ମିଳିପାରୁନଥିଲା । ଏପରିକି ସାଧାରଣ ଦେଖା ସାକ୍ଷାତ ବି ନଥିଲା । ଆଉ ସବୁ କିଛିରେ ଅଜଣା ଚାପ ରହୁଥିଲା । ସାକ୍ଷାତକାରରେ ମେଘନଙ୍କ ସହ ଯୋଗ ଦେବା ପରେ ଏନେଇ ଖୁଲାସା କରିଛନ୍ତି ପ୍ରିନ୍ସ ହ୍ୟାରୀ । ବ୍ରିଟେନ ରାଜ ପରିବାରରେ ଯେବେ ମେଘନଙ୍କ ମନକୁ ଆସିଥିଲା ଆତ୍ମହତ୍ୟାର ଭାବନା, ସେ ମାନସିକ ଚିକିତ୍ସା ଲୋଡିଥିଲେ । ହେଲେ ତାହା ମିଳିନଥିଲା । ଯେବେ ସେ ଗର୍ଭବତୀ ଥିଲେ, ଜନ୍ମ ହେବାକୁ ଥିବା ଶିଶୁର ରଙ୍ଗ କିପରି ରହିବ ତାକୁ ନେଇ ମଧ୍ୟ ରାଜ ପରିବାରରେ ଅନେକ କଥା ଉଠିଥିଲା ବୋଲି ଖୁଲାସା କରିଛନ୍ତି ମେଘନ ।