କେମିତି କରୋନା ଭୂତାଣୁ ମୁକ୍ତ ହେଲେ ପ୍ରିନ୍ସ ଚାର୍ଲସ ? ସାମ୍ନାକୁ ଆସିଲା ବିଭ୍ରାନ୍ତିକର ତଥ୍ୟ, କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କ ଦାବିକୁ ଖଣ୍ଡନ କଲା ବ୍ରିଟେନ୍ ରାଜ ପରିବାର ।

Advertisment
କେମିତି କରୋନା ଭୂତାଣୁ ମୁକ୍ତ ହେଲେ ପ୍ରିନ୍ସ ଚାର୍ଲସ ? ସାମ୍ନାକୁ ଆସିଲା ବିଭ୍ରାନ୍ତିକର ତଥ୍ୟ, କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କ ଦାବିକୁ ଖଣ୍ଡନ କଲା ବ୍ରିଟେନ୍ ରାଜ ପରିବାର ।

Image Courtesy - spiderimg.itstrendingnow.com

କନକ ବ୍ୟୁରୋ : କେମିତି କରୋନା ଭୂତାଣୁ ମୁକ୍ତ ହେଲେ ପ୍ରିନ୍ସ ଚାର୍ଲସ ? ଏହାକୁ ନେଇ ବିଭ୍ରାନ୍ତିକର ତଥ୍ୟ ସାମ୍ନାକୁ ଆସିଛି । ତାହା ପୁଣି ଭାରତରୁ । କାରଣ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ, ପ୍ରିନ୍ସ ଚାର୍ଲସଙ୍କୁ ସୁସ୍ଥ କରିପାରିଛି ହୋମିଓପାଥି ଓ ଆୟୁର୍ବେଦିକ ଚିକିତ୍ସା । ହେଲେ ଏଭଳି ଦାବିକୁ ଖଣ୍ଡନ କରିଛି ବ୍ରିଟେନ ରାଜ ପରିବାର ।

କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ବ୍ରିଟେନର ପ୍ରିନ୍ସ ଚାର୍ଲସ । ଭାରତର ଆୟୁଷ ମନ୍ତ୍ରାଳୟର ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକଙ୍କ କହିବା ଅନୁଯାୟୀ ୭୧ବର୍ଷୀୟ ଚାର୍ଲସଙ୍କୁ ସୁସ୍ଥ କରିପାରିଛି ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଚିକିତ୍ସା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବେଙ୍ଗାଳୁରୁ ସ୍ଥିତ ଶୋକ୍ୟା ଆୟୁର୍ବେଦ ରିସର୍ଟର ଡ଼. ଇସାକ ମଥାଇ ନିଜେ ଫୋନ କରି ଏସମ୍ପର୍କରେ ଜଣାଇଛନ୍ତି ।

କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ କୌଣସି ଔଷଧ ବା ପ୍ରତିଷେଧକ ବାହାରି ନଥିବା ବେଳେ ଆୟୁଷ ମନ୍ତ୍ରାଳୟର ମନ୍ତ୍ରୀଙ୍କ ଏପରି ଦାବି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଅପରପକ୍ଷରେ ଏମିତି ଦାବିକୁ ସିଧାସଳଖ ଖଣ୍ଡନ କରିଛନ୍ତି ବ୍ରିଟେନ ରାଜପରିବାରର ଅଧିକାରୀ ।

ପ୍ରିନ୍ସ ଚାର୍ଲସ ସୁସ୍ଥ ହେବା ଓ ଏହାସହିତ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଚିକିତ୍ସାର ସମ୍ପର୍କକୁ ଖଣ୍ଡନ କରିଛି ବ୍ରିଟେନ । ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସେବା ଅନୁଯାୟୀ ପ୍ରିନ୍ସ ଚାର୍ଲସଙ୍କ ଚିକିତ୍ସା ହୋଇଥିଲା । ଏହା ବାଦ ଅନ୍ୟ କୌଣସି ଚିକିତ୍ସା କରାଯାଇନଥିଲା ବୋଲି ରାଜପରିବାର ପକ୍ଷରୁ କୁହାଯାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ପ୍ରିନ୍ସ ଚାର୍ଲସଙ୍କୁ ସ୍ୱାସ୍ଥ୍ୟ ସେଵା ଯୋଗାଇ ଦେଇଥିବା ଦାବି କରି ସେ ତାଙ୍କ ସମ୍ପର୍କରେ ଆଉ କୌଣସି ସୂଚନା ଦେବା ପାଇଁ ମନ କରିଦେଇଥିଲେ ଡ଼.ମଥାଇ।

ମାର୍ଚ୍ଚ ୨୫ରେ ପ୍ରିନ୍ସ ଚାର୍ଲସ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ସେ ଏକାନ୍ତ ବାସରେ ରହିବା ସହ ତାଙ୍କର ଚିକିତ୍ସା ଚାଲିଥିଲା । ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe