କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶ୍ରୀ ମୋଦି ରାଜ୍ୟରେ ୫ଟି ପ୍ରକଳ୍ପର ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିବେ। ବହୁ ପ୍ରତୀକ୍ଷିତ ତାଳଚେର ସାର କାରଖାନାର ଶିଳାନ୍ୟାସ କରିବେ। ଝାରସୁଗୁଡ଼ା ବିମାନ ବନ୍ଦରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଝାରସୁଗୁଡ଼ା ହେବ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର। ସେଠାରୁ ଉଡ଼ାନ୍ ସେବାର ଶୁଭାରମ୍ଭ ମଧ୍ୟ ମୋଦି କରିବେ। ଦିନିକିଆ ଗସ୍ତରେ ମୋଦି, ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ, ତାଳଚେର ସାର କାରଖାନାର ଶିଳାନ୍ୟାସ୍ ସମେତ ୨ଟି ଖଣି ଏବଂ ରେଲୱେ ଲାଇନର ଶୁଭାରମ୍ଭ କରିବେ । ଏହି ଗସ୍ତରେ ମୋଦି, ତାଳଚେର ଏବଂ ଅନୁଗୁଳରେ ଦୁଇଟି ଜନସଭା ମଧ୍ୟ କରିବେ । ପୂର୍ବୋଦୟରୁ ନୂଆ ଭାରତର ଉଦୟର ନାରା ଦେଇ ଆସୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ପ୍ରସ୍ତୁତ ରହିଛି ଓଡ଼ିଶା । ଭୁବନେଶ୍ୱର ବିମାନନ୍ଦର, ଝାରସୁଗୁଡ଼ା ଏୟାରପୋର୍ଟ ଏବଂ ତାଳଚେର ହେଲିପ୍ୟାଡରେ ସରିଛି କାରକେଟ୍ ରିହଲସଲ । ଜରୁରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ଭୁବନେଶ୍ୱରରେ ପୁଲିସ୍ ସଜାଗ୍ ଥିବା ବେଳେ ଝାରସୁଗୁଡ଼ା ଏବଂ ତାଳଚେରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦେଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Advertisment

publive-image୮ଟା ୫୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ତାଳଚେର ଅଭିମୁଖେ ଯାତ୍ରା କରିବେ । ତେଳଚେର ହେଲପ୍ୟାଡରୁ ସଡକ ପଥରେ ଏଫସିଆଇ ୟୁନିଟ୍, ସେଠୁ ଯାଇ ସାର କାରଖାନାର ଶିଳାନ୍ୟାସ କରିବେ । ସାଢ଼େ ୧୦ଟାରେ ତାଳଚେର ଜନସଭାରେ ଯୋଗଦେବା ପରେ ସାଢ଼େ ୧୧ଟାରେ ଝାରସୁଗୁଡ଼ା ଅଭିମୁଖେ ବାହାରିବେ । ଝାରସୁଗୁଡ଼ାରେ ବିମାନ ବନ୍ଦର ଉଦଘାଟନ ପରେ ଏନଟିପିସି ମାଇନ୍ସ, ଏମସିଏଲ୍ ମାଇନ୍ସ ଏବଂ ରେଳଲାଇନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଉଭୟ ଝାରସୁଗଡ଼ା ଏବଂ ତାଳଚେରରେ ଜନସଭାରେ କାର୍ଯ୍ୟକ୍ରମ ଥିବାରୁ ଦଳପକ୍ଷରୁ ବ୍ୟାପକ ଆୟୋଜନ ମଧ୍ୟ କରାଯାଇଛି ।