ଭୁବନେଶ୍ୱର ଲୋୟର ପିଏମଜିରେ ପୁଣି ଗର୍ଜିଲେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ । ଠିକା ନିଯୁକ୍ତି ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି କରିବାକୁ ଦାବୀ ।

189

କନକ ବ୍ୟୁରୋ: ପୁଣି ଗର୍ଜିଲେ ଶିକ୍ଷକ । ଭୁବନେଶ୍ୱର ଲୋୟର ପିଏମଜିରେ ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ । ବାରମ୍ବାର ଧାରଣାରେ ବସିବା ସତ୍ତେ୍ୱ ସମସ୍ୟାକୁ ସୁଧାରୁନାହାଁନ୍ତି ସରକାର । ତେଣୁ ପୁଣିଥରେ ମୁହଁରେ କଳାପଟି ବାନ୍ଧି ଧାରଣାରେ ବସିଛି ଶିକ୍ଷକ ସଂଘ । ଠିକା ନିଯୁକ୍ତି ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି ଦାବୀରେ ଅଡି ବସିଛି ସଂଘ । ଏହି ଦାବୀ ପୂରଣ କରିବାକୁ ବିଦ୍ଧିବଦ୍ଧ ପ୍ରତିଶୃତି ନମିଳିବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ କହିଛି ପ୍ରାଥମିକ ଶିକ୍ଷକ ସଂଘ ।