ଦୋଷ ମାନିଲା ଗୋବିନ୍ଦ ସାହୁ ! ହତ୍ୟା ପରେ ଷ୍ଟାଡିୟମରେ ପୋତିବାକୁ ହୋଇଥିଲା ଷଡ଼ଯନ୍ତ୍ର

୭ ତାରିଖରେ ଷ୍ଟାଡ଼ିୟମରେ ଗାତ ଖୋଳିବାକୁ ଡ୍ରାଇଭରକୁ ନିର୍ଦ୍ଦେଶ ଦେଇଥିଲେ ଗୋବିିନ୍ଦ; ଦିନକ ପରେ ଗାତ ପୋତିବାକୁ କୁହାଯାଇଥିଲା, ମୃତଦେହରେ ପକାଯାଇଥିଲା ପ୍ରଚୁର ଲୁଣ

200

କନକ ବ୍ୟୁରୋ : ମମିତା ମେହେର ମୃତ୍ୟୁ ମାମଲାରେ ବଡ ଖୁଲାସା । ହତ୍ୟା କରିଥିବା ନେଇ ମାନିଲେ ଗୋବିନ୍ଦ ସାହୁ ! ପୋଲିସର ଜେରା ବେଳେ ସ୍ୱୀକାର କରିଥିବା ସୂଚନା । ଭବାନୀପାଟଣାରୁ ଫେରିବା ସମୟରେ ରାସ୍ତାରେ ହତ୍ୟା । କାର ଭିତରେ ହତ୍ୟା କରିଥିବା ସୂଚନା । ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତି ସୂଚନା । ହତ୍ୟା ପରେ ମୃତଦେହକୁ ପୋତିବା ପାଇଁ ଯୋଜନା ହୋଇଥିଲା । କେସିବି ଡ୍ରାଇଭରକୁ ଗାତ ଖୋଳିବାକୁ ନିର୍ଦ୍ଦେଶ ଦେଇଥିଲା । ୭ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଗୋବିନ୍ଦ । ଦିନକ ପରେ ଗାତ ପୋତିବା ପାଇଁ କହିଥିଲେ । ତଳେ କାଠ ପ୍ଲାଏ ଓ ତା ଉପରେ ଟାୟାର ରଖି ମୃତଦେହକୁ ପୋଡା ଯାଇଥିବା ସୂଚନା । ମୃତଦେହକୁ ଶୀଘ୍ର ନଷ୍ଟ କରିବା ପାଇଁ ଯଥେଷ୍ଟ ପରିମାଣର ଲୁଣ ଦିଆଯାଇଥିଲା । ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ହତ୍ୟା ଷଡଯନ୍ତ୍ର କରିଥିଲେ । ଷଡଯନ୍ତ୍ର କରି ମମିତାଙ୍କୁ ଘରୁ ଡକାଯାଇଥିଲା । ଅଧା ରାସ୍ତାରୁ ଗୋବିନ୍ଦ ମମିତାଙ୍କୁ ଆଣିଥିଲେ ।

ଗୋବିନ୍ଦ ଡ୍ରାଇଭରକୁ ଜେରା କରିବା ପରେ ପୋଲିସକୁ ଏପରି ତଥ୍ୟ ମିଳିଥିବା ଜଭଣାପଡ଼ିଛି । ମମିତା ମେହେର ମୃତ୍ୟୁ ମାମଲାରେ ଗୋବିନ୍ଦ ସାହୁଙ୍କ ସହଯୋଗୀକୁ ଅଟକ ରଖିଛି ପୁଲିସ । ମୃତଦେହ ପୋତିବାରେ ସେ ସହଯୋଗ କରିଥିବା ସୂଚନା ରହିଛି । ଅଧିକ ତଥ୍ୟ ସଂଗ୍ରହ ପାଇଁ ଗୋବିନ୍ଦଙ୍କ ସହଯୋଗୀକୁ ପୁଲିସ ପଚରାଉଚରା କରୁଛି ।  ଏସବୁର ଡିଏନଏ ଟେଷ୍ଟ ପାଇଁ ସାଇଂଟିଫିକ୍ ଟିମ୍ ନମୁନା ସଂଗ୍ରହ କରିଛି । ଆଜି ପୁଲିସ ରକ୍ତ ନମୁନା ସଂଗ୍ରହ ପାଇଁ ମମିତାଙ୍କ ଘରକୁ ଯାଇପାରେ । ୧୧ଦିନ ଧରି ନିଖୋଜ ଥିବା ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଝରଣୀ ଗାଁର ମମିତା ମେରଙ୍କୁ ମାରି, ପୋଡି ପୋତି  ଦିଆଯାଇଛି । ମମିତା କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଧୀନ ମହାଲିଙ୍ଗସ୍ଥିତ ଏକ ଘରୋଇ କଲେଜ ପରିସରରେ ଚାଲିଥିଲା ସ୍କୁଲରେ ଅଧ୍ୟକ୍ଷା ଥିଲେ ।

ମଙ୍ଗଳବାର ସକାଳୁ ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ମହାଲୱିଙ୍ଗ ହାଇସ୍କୁଲର ନିର୍ମାଣଧୀନ ଷ୍ଟାଡିୟମର ନିର୍ଦ୍ଦିଷ୍ଟ ସ୍ଥାନରେ ଜେସିବି ସାହାଯ୍ୟରେ ଖୋଳିଥିଲା । ପାଖାପାଖି ୩ ଘଣ୍ଟା ପରେ ୮ଫୁଟ ମାଟି ତଳୁ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥି । ସେଠାରୁ ପାଉଁଶ, ଭ୍ୟାନିଟି ବଯାଗ୍ , ଚେନ, ପାଉଁଜି, ମୁଦି ଆଦି ଜବତ କରାଯାଇଛି । ସେସବୁ ସାମଗ୍ରୀ ମମିତାଙ୍କର ବୋଲି ତାଙ୍କ ପରିବାର ବର୍ଗ ଚିହ୍ନଟ କରିଥିଲେ । ଏହା ପରେ ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହ କରି ପୋଲିସ ସ୍ଥାନୀୟ ଅଞ୍ଚଳର ୫ରୁ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ସେଥିମଧ୍ୟରେ ମହାଲିଙ୍ଗ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ, ଅଭିଯୁକ୍ତ ଗୋବିନ୍ଦଙ୍କ ଜେସିବି ଚାଳକ ଓ ତାଙ୍କ ବ୍ୟକ୍ତିଗତ ଗାଡି ଡ୍ରାଇଭର ପ୍ରମୁଖ ସାମିଲ ଅଛନ୍ତି ।