ମମିତାଙ୍କ ତଣ୍ଟି ଚିପିଥିଲେ ନିଜେ ଗୋବିନ୍ଦ…କାର ଭିତରେ ଛଟପଟ ହୋଇଥିଲେ ମମିତା; ଲଢେଇ କରି କରି ଚାଲିଗଲା ଜୀବନ

1,006

କନକ ବ୍ୟୁରୋ : ମମିତା ମୃତ୍ୟୁ ମାମଲାରେ ବଡ ଖୁଲାସା । ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମମିତାଙ୍କୁ ହତ୍ୟା କରିଥିବା ନେଇ ଜେରା ବେଳେ ପୋଲିସ ନିକଟରେ ଗୋବିନ୍ଦ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି । କାର ଭିତରେ ତଣ୍ଟି ଚିପି ମମିତା ମେହେରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଶ୍ୱାସରୁଦ୍ଧ କାରଣରୁ ମମିତାଙ୍କ ମୃତ୍ୟୁ ହୋଇଥିବା ସୂଚନା । ସବୁଠାରୁ ବଡ କଥା ହେଉଛି ନିଜ କାରରେ ମମିତାଙ୍କ ତଣ୍ଟି ଚିପିଥିଲେ ନିଜେ ଗୋବିନ୍ଦ ସାହୁ । ନିଜ ଜୀବନ ବଞ୍ଚାଇବାକୁ କାର ଭିତରେ ମମିତା ଛଟପଟ ହୋଇଥିଲେ । ଏପରିକି ନିଜ ଜୀବନ ବଞ୍ଚାଇବା ପାଇଁ କାର ଭିତରେ ଲଢେଇ ମଧ୍ୟ କରିଥିଲେ । ଲଢେଇ ଲଢେଇ କରି କରି ଶେଷରେ ତାଙ୍କ ଜୀବନ ଚାଲିଯାଇଥିଲା । ଜୀବନ ବଞ୍ଚାଇବା ଲଢେଇ ଭିତରେ କାରର ପଛ ପଟ ସିଟ୍ ଚିରି ଯାଇଛି । ଏକ ମାରୁତି ୱାଗନ-ଆର କାର ଭିତରେ ହତ୍ୟାକାଣ୍ଡ ଘଟିଥିଲା ।

୭ ତାରିଖରେ ଷ୍ଟାଡିୟମରେ ଜେସିବି ଡ୍ରାଇଭରକୁ ଗାତ ଖୋଳିବାକୁ ଗୋବିନ୍ଦ କହିଥିଲେ ।  ଦିନକ ପରେ ଗାତ ପୋତିବା ପାଇଁ ଗୋବିନ୍ଦ ଡ୍ରାଇଭରକୁ ନିର୍ଦ୍ଦେଶ ଦେଇଥିଲେ । ଭବାନୀପାଟଣାରୁ ଫେରିବା ବାଟରେ ମମିତାଙ୍କୁ ହତ୍ୟା କରାଯାଇଥିଲା । ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଗୋବିନ୍ଦ । କାର ଭିତରେ ମମିତାଙ୍କୁ ଗୋବିନ୍ଦ ସାହୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ଷ୍ଟାଡିୟମକୁ ଆଣି ପୋତାଯାଇଥିଲା । ଗାତ ଖୋଳି କାଠ ପ୍ଲାଏ ଉପରେ ଟାୟାର ରଖାଯାଇଥିଲା । ମୃତଦେହ ଉପରେ ପ୍ରଚୁର ଲୁଣ ଦିଆଯାଇଥିଲା । ମୃତଦେହ ଯେପରି ଖୁବ ଶୀଘ୍ର ନଷ୍ଟ ହେବ ସେଥିପାଇଁ ଲୁଣ ଦିଆଯାଇଥିଲା ।   ଘଟଣାରେ ଏବେଯାଏଁ ୪ଜଣଙ୍କୁ ଅଟକ ରଖାଯାଇଛି ।  ଗୋବିନ୍ଦଙ୍କ ସହଯୋଗୀ,ଜେସିବି ଡ୍ରାଇଭର ଓ ୱାଚମ୍ୟାନକୁ ଅଟକ ରଖାଯାଇଛି ।