ଭାରତ-ବାଂଲାଦେଶ ବନ୍ଧୁତା ବଢିଲା ଆଉ ପାଦେ । ମୈତ୍ରୀ ସେତୁକୁ ମିଳିତ ଭାବେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ବାଂଲାଦେଶ ପ୍ରତିପକ୍ଷ ଶେଖ ହସିନା 

96

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ବାଂଲାଦେଶ ସଂପର୍କକୁ ନୂଆ ସୋପାନକୁ ନେଉଥିବା ମୈତ୍ରୀ ସେତୁର ଉଦଘାଟନ କରିଛନ୍ତି । ତ୍ରିପୁରାରେ ବହୁଥିବା ଫେନି ନଦୀ ଭାରତ ଓ ବାଂଲାଦେଶର ସୀମା ନିର୍ଦ୍ଧାରଣ କରୁଛି । ସେହି ଫେନି ନଦୀ ଉପରେ ନିର୍ମିତ ମୈତ୍ରୀ ସେତୁକୁ ଭିଡିଓକନଫରେନ୍ସିଂରେ ସାମିଲ ହୋଇ ମିଳିତ ଭାବେ ଲୋକାର୍ପଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାମନ୍ତ୍ରୀ ଶେଖ ହସିନା ।

ମୈତ୍ରୀ ସେତୁ ଦୁଇ ଦେଶ ମଧ୍ୟରେ ଥିବା ମଜବୁତ ସଂପର୍କକୁ ଦର୍ଶାଉଛି । ଏହି ସେତୁ ହେବା ପରେ ଏବେ ତ୍ରିପୁରାରୁ ବାଂଲାଦେଶକୁ ସଡକ ପଥରେ ଯିବା ସହଜ ହୋଇଛି । ତ୍ରିପୁରାର ସବରୁମରୁ ବାଂଲାଦେଶର ରାମଗଡକୁ ସଂଯୋଗ କରୁଛି । ଏକ ଦଶମିକ ୯ କିଲୋମିଟର ଲମ୍ବର ଏହି ବ୍ରିଜ ନିର୍ମାଣରେ ବ୍ୟୟ ହୋଇଛି ୧୩୩ କୋଟି ଟଙ୍କା । ଏହି ପୋଲ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସଂପର୍କକୁ ନୂଆ ବାଟ ଦେଖାଇବ ଗମନାଗମନକୁ ମଧ୍ୟ ସରଳ କରିବ । ଉତର-ପୂର୍ବ ଭାରତର ସାମଗ୍ରୀ ଓ ଖାଉଟିଙ୍କ ପାଇଁ ନୂଆ ବଜାର ଉପଲବ୍ଧ ହେବ ।

କହିବାକୁ ଗଲେ ଏବେ ତ୍ରିପୁରା ଏବେ ନର୍ଥ ଇଷ୍ଟ ଗେଟ ହେବାକୁ ଯାଉଛି । ମୈତ୍ରୀ ସେତୁ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତ୍ରୀପୁରାକୁ ଡବଲ ଇଞ୍ଜିନ ସରକାରର ଫାଇଦା ମିଳିଛି । ଆଜି ତ୍ରିପୁରାବାସୀ ୩୦ ବର୍ଷର ସରକାରଙ୍କ କାମ ଓ ୩ ବର୍ଷର ସରକାରଙ୍କ କାମକୁ ସ୍ପଷ୍ଟ ଅନୁଭବ କରୁଛନ୍ତି ।