ରାଜସ୍ଥାନରେ ପ୍ରଧାନମମନ୍ତ୍ରୀଙ୍କ ପାୱାର ଶୋ: କହିଲେ ଅନେକ ଦୁର୍ନୀତି କରି ଥକି ଯାଇଛନ୍ତି ଗେହଲଟ, ବିଶ୍ରାମ ନେବାକୁ ଦେଲେ ପରାମର୍ଶ
କନକ ବ୍ୟୁରୋ: ରାଜସ୍ଥାନ ଯୋଧପୁରରେ ବିଜେପିର ବିଶାଳ ଜନସଭା । ଗୁରୁବାର ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀଙ୍କ ପାୱାର ଶୋ । ରାଜ୍ୟକୁ ୫ହଜାର କୋଟିର ବିଭିନ୍ନ ପରିଯୋଜନା ଭେଟିଦେଇଛି ବିଜେପି । ଆଗକୁ ବିଧାନସଭା ନିର୍ବାଚନ । ଭୋଟରଙ୍କୁୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି ବିଭିନ୍ନ ଦଳ । ଏହା ଭିତରେ ନିଜ ହେଭିୱେଟ ନେତାଙ୍କ ହାତରେ ମଙ୍ଗ ଧରାଇଛି ଦଳ । ଯୋଧପୁର ସଭାକୁ ସମ୍ବୋଧିତ କରି ଗେହଲଟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ସରକାର ରାଜ୍ୟର ବିନାଶ କରିଛନ୍ତି । ଦୁର୍ନୀତର ରହିଛି ଲମ୍ବା ତାଲିକା । ଥକି ଗଲେଣି ଅଶୋକ ଗେହଲଟ । ଏବେ ବିଶ୍ରାମ ନେବାର ସମୟ ବୋଲି ମୋଦୀ କହିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଗୋଟେ ପରେ ବିଜେପି ରାଜସ୍ଥାନ ନିଜର ହେଭିୱେଟ ନେତାଙ୍କୁ ଓହ୍ଲାଇ ମାଳ ମାଳ ପ୍ରତିଶ୍ରୁତି ଦେଇଛି, କୋଟି କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭେଟି ଦେଇଥିବାବେଳେ ସେପଟେ କଂଗ୍ରେସ ଆଜି କରିଛି ମିଶନ ମଧ୍ୟପ୍ରଦେଶ । ଜନ ଆକ୍ରୋଶ ରାଲିର ମଙ୍ଗ ସମ୍ଭାଳିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ପ୍ରିୟଙ୍କା କହି ଇଡି ଓ ସିବିଆଇ ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।ମଧ୍ୟପ୍ରଦେଶରେ ୨୫୦ଟି ବଡ ଦୁୁର୍ନତୀ ମାମଲା ରହିଛି ତଥାପି ଏହାର କାହିଁକି ତଦନ୍ତ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ।
ଚଳିତବର୍ଷ ଶେଷ ସୁଦ୍ଧା ୫ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । କଂଗ୍ରେସ ଶାସିତ ରାଜ୍ୟକୁ ଦଖଲ କରିବାକୁ ଜୋରଦାର ପ୍ରୟାସ କରୁଛି ବିଜେପି । ସେପଟେ ଦିଜ ହାତରେ ଶାସନ ଡୋରି ଧରି ରଖିବାକୁ କଂଗ୍ରେସ ମଧ୍ୟ ଆପ୍ରାଣ ଉଦ୍ୟମ କରୁଛି