କନକ ବ୍ୟୁରୋ: ଇଣ୍ଡୋନେସିଆର ବାଲିରେ ଜି-୨୦ ଶିଖର ସମ୍ମିଳନୀରେ ସାରା ବିଶ୍ୱର ଅନେକ ନେତା ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣ ଜଣ କରି ବିଶ୍ୱର ପ୍ରମୁଖ ନେତାଙ୍କ ସହ ଆଲୋଚନା କରୁଛନ୍ତି । ବାଲିରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଅନେକ ପ୍ରମୁଖ ନେତାଙ୍କ ସହ ଆଲୋଚନା କରିଛନ୍ତି । ତେବେ ସବୁଠାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭେଟଘାଟ । ବିଶ୍ୱର ଏହି ବଡ ମଞ୍ଚରେ ଦୁଇ ଭାରତୀୟଙ୍କ ସାକ୍ଷାତ ଉପରେ ସମସ୍ତଙ୍କ ନଜର ରହିଥିଲା । ଗତ ମାସରେ ସୁନକ ଶାସନ ସମ୍ଭାଳିବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ।
Prime Ministers @narendramodi and @RishiSunak in conversation during the first day of the @g20org Summit in Bali. pic.twitter.com/RQv1SD87HJ
— PMO India (@PMOIndia) November 15, 2022
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ କରି ଲେଖିଛି, ବାଲିରେ ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଋଷି ସୁନକ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ଆଲୋଚନା କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କେଉଁ ସବୁ ପ୍ରସଙ୍ଗରେ ଆଲୋଚନା ହୋଇଛି ସେନେଇ ସୂଚନା ମିଳିପାରିନାହିଁ । ଏହା ପୂର୍ବରୁ ଅକ୍ଟୋବରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଏହି ଅବସରରେ ଉଭୟ ନେତା ମୁକ୍ତ ବାଣିଜ୍ୟକାରବାର ଉପରେ ଚର୍ଚ୍ଚା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/FhlR649aUAEcFGC.jpg)