କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପରବର୍ତୀ ପାଳିରେ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ ଭାରତ । ଅର୍ଥାତ ଜର୍ମାନୀ ଓ ଜାପାନକୁ ଟପିଯିବ ଦେଶ ।

Advertisment

ବିଶ୍ୱ ଅର୍ଥନୀତି ଓ ଭାରତ
୨୦୧୪ରେ ୧୦ ନମ୍ବରରେ ଥିଲା ଭାରତ
୨୦୧୫ରେ ୭ ନମ୍ବର
୨୦୧୭ରେ ୬ ନମ୍ବର
୨୦୨୧ରେ ପଂଚମ ସ୍ଥାନ
ଆଇଏମଏଫର ଆକଳନ ୨୦୨୭ ସୁଦ୍ଧା ବିଶ୍ୱର ତୃତୀୟ ଅର୍ଥନୀତି ହେବ ଭାରତ

ମୋଦୀ ପ୍ରଥମ ପାଳିରେ ଭାରତର ଅର୍ଥନୀତି ବିଶ୍ୱର ଦଶମ ସ୍ଥାନରେ ଥିଲା । ଦ୍ୱିତୀୟ ପାଳିରେ ଏହା ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥନୀତି ପାଲଟିଛି । ରୁଷ-ୟୁକ୍ରେନ ଯୁଦ୍ଧ, କୋଭିଡ ମହାମାରୀ ଭଳି ସମସ୍ୟାକୁ ସାମ୍ନା କରି ଭାରତ ଆଗକୁ ବଢୁଛି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ତାଙ୍କର ତୃତୀୟ ପାଳି ସରକାର ବେଳକୁ ଦେଶର ଅର୍ଥନୀତି ବିଶ୍ୱର ଅଗ୍ରଣୀ ତିନି ଦେଶ ମଧ୍ୟରେ ରହିବ । ଅର୍ଥାତ ଆମେରିକା ଓ ଚୀନ ପରେ ଭାରତର ସ୍ଥାନ ରହିବ ।

ଦେଶର ଆର୍ଥିକ ସ୍ଥିତି ମଜବୁତ କରିବାକୁ ହେଲେ ଯେଉଁ କିଛି ଉପାଦାନ ଦରକାର । ତାହା ହେଉଛି ଭିତିଭୂମି, ଶିକ୍ଷିତ ଜନସଂଖ୍ୟା, ରାଜନୈତିକ ସ୍ଥିରତା, ଦୁର୍ନୀତି ଉପରେ ରୋକ୍ ଇତ୍ୟାଦି ନିତାନ୍ତ ଆବଶ୍ୟକ । ତେଣୁ ଭାରତ ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି । କାରଣ ଦେଶ ଧନୀ ହେଉଛି, କିନ୍ତୁ ଦେଶବାସୀ ଯେଉଁ ଗରିବକୁ ସେହି ଗରିବ । ବାର୍ଷିକ ହାରାହାରି ଆୟରେ ଆଖିଦୃଶିଆ ପରିବର୍ତନ ହେଉନାହିଁ । ନଜର ପକାନ୍ତୁ ଆଇଏମଏଫର ଏହି ରିପୋର୍ଟ ଉପରେ ।

ଧନୀ ଦେଶର ଗରିବ ଲୋକ
ବର୍ଷ                       ଦେଶ                    ହାରାହାରି ବାର୍ଷିକ ଆୟ
୨୦୧୪                 ଭାରତ                     ୯୬, ୭୨୦ ଟଙ୍କା
୨୦୧୪                ଆମେରିକା                 ଭାରତ ତୁଳନାରେ ୩୫ ଗୁଣା ଅଧିକ
୨୦୧୪                  ଜର୍ମାନୀ                   ଭାରତ ତୁଳନାରେ ୩୧ ଗୁଣା ଅଧିକ
୨୦୧୪                  ବ୍ରିଟେନ                   ଭାରତ ତୁଳନାରେ ୩୦ ଗୁଣା ଅଧିକ

ସେହିପରି ଆଇଏମ୍ଏଫ୍ ଆକଳନ କରିଛି – ୨୦୨୭ରେ ଭାରତୀୟଙ୍କ ଆୟ ଅନ୍ୟ ବିକଶିତ ଦେଶ ଠାରୁ ଢ଼େର କମ୍ ରହିବ ।

ଧନୀ ଦେଶର ଗରିବ ଲୋକ
ବର୍ଷ                        ଦେଶ                     ହାରାହାରି ବାର୍ଷିକ ଆୟ
୨୦୨୭                  ଭାରତ                     ୨,୭୭,୨୮୦ ଟଙ୍କା
୨୦୨୭                 ଆମେରିକା                 ଭାରତ ତୁଳନାରେ ୨୬ ଗୁଣା ଅଧିକ
୨୦୨୭                   ଜର୍ମାନୀ                    ଭାରତ ତୁଳନାରେ ୧୭ ଗୁଣା ଅଧିକ
୨୦୨୭                   ବ୍ରିଟେନ                    ଭାରତ ତୁଳନାରେ ୧୭ ଗୁଣା ଅଧିକ
୨୦୨୭                  ବାଂଲାଦେଶ                ଭାରତ ତୁଳନାରେ ଅଧିକ

ଦେଶବାସୀଙ୍କ ଆୟ ବଢ଼ିଲେ ହିଁ ବଡ଼ ଅର୍ଥନୀତିର ସୁଫଳ ତୃଣମୂଳସ୍ତରରେ ପଡିବ । ତେବେ ମୁଣ୍ଡ ପିଛା ଆୟ ବୃଦ୍ଧି କରିବାକୁ ହେଲେ ଶିକ୍ଷାରେ ନିବେଶ, ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ, ସୃଜନଶୀଳ ଉଦ୍ୟୋଗକୁ ଅଗ୍ରାଧିକାର, ଦୁର୍ନୀତିକୁ ରୋକିବା ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ହେବ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।