କନକ ବ୍ୟୁରୋ: ନାମାଙ୍କନ ପରେ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତି ତାଲିକା । ତିନି କୋଟି ଟଙ୍କାର ସମ୍ପତ୍ତିର ମାଲିକ ମୋଦୀ । କିନ୍ତୁ ୧୩ ବର୍ଷ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ୧୦ ବର୍ଷ ପ୍ରଧାନମନ୍ତ୍ରୀ ରହିବା ପରେ ମଧ୍ୟ ତାଙ୍କର ନିଜସ୍ୱ ଘର ଅବା ଜମି ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ପାଖରେ ଥିବା ଏକମାତ୍ର ପ୍ଲଟକୁ ସେ ଦାନ କରିଦେଇଛନ୍ତି । ତେବେ ଗତ ୧୭ ବର୍ଷ ମଧ୍ୟରେ ମୋଦୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୫ ଗୁଣା ବୃ୍ଦ୍ଧି ପାଇଛି । ସେହିପରି ବ୍ୟାଙ୍କ ବାଲାନ୍ସ ୩୩ ଗୁଣା ବୃଦ୍ଧି ପାଇଛି ।

Advertisment

ରିପୋର୍ଟ ମୁତାବକ, ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ମାତ୍ର ୮୪ ଲକ୍ଷ ଟଙ୍କା ଆୟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିିର ମୂଲ୍ୟ ୩ କୋଟି ୨ ଲକ୍ଷ ୬ ହଜାର ୮୮୯ ଟଙ୍କା ରହିଛି । ତେବେ ୨୦୧୪ରେ ମୋଦୀଙ୍କର ସମ୍ପତ୍ତି ୧ କୋଟି ୬୬ ଲକ୍ଷ ଥିବା ବେଳେ ୨୦୧୯ରେ ୨ କୋଟି ୫୧ ଲକ୍ଷ ଟଙ୍କାର ସମ୍ପତ୍ତିି ଥିଲା । ତେବେ ପ୍ରଧାନମନ୍ତ୍ରୀ ଭାବେ ମିଳୁଥିବା ଦରମା ଏବଂ ସୁଧ ତାଙ୍କ ଆୟର ପ୍ରମୁଖ ଉତ୍ସ । ଏବେ ପ୍ରଧାନମନ୍ତ୍ରୀଙ୍କ ପାଖରେ ୨ ଲକ୍ଷ ୬୭ ହଜାର ଟଙ୍କାର ସୁନା ରହିଛି । ଯେଉଁଥିରେ ୪ ଟି ମୁଦି ରହିଛି । ସେହିପରି ତାଙ୍କର ୨ କୋଟି ୮୫ ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି ।