ମମତାଙ୍କ ଗଡ଼ରେ ମୋଦୀଙ୍କ ଗର୍ଜନ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

121

କନକ ବ୍ୟୁରୋ: ମମତାଙ୍କ ଗଡ଼ରେ ମୋଦୀଙ୍କ ଗର୍ଜନ । ପଶ୍ଚିମବଙ୍ଗରେ ଆଜି ଜନସଭା କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ମମତା ଭୋଟ ବ୍ୟାଙ୍କ ରାଜନୀତି ପାଇଁ ରାଜ୍ୟରେ ଅନୁପ୍ରବେଶଙ୍କୁ ଆସିବାକୁ ଅନୁମତି ଦେଉଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡି ସବୁବେଳେ ଗୁଣ୍ଡାଗର୍ଦି କରୁଛନ୍ତି । ଦୁର୍ନୀତି ମାମଲାର ତଦନ୍ତ କରିବା ପାଇଁ ଇଡି, ସିବିଆଇ, ଆଇଟି ଅଧିକାରୀ ଆସିଲେ ତାଙ୍କ ଉପରକୁ ଆକ୍ରମଣ କରାଯାଉଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ରାଜ୍ୟରେ ଗରିବ, ଦଳିତ ଓ ଆଦିବାସୀ ଭୟରେ ରହିଛନ୍ତି । ରାଜ୍ୟବାସୀଙ୍କୁ କେନ୍ଦ୍ରର ଯୋଜନା ଓ ସୁବିଧାଠୁ ଜାଣିଶୁଣି ଦୂରରେ ରଖୁଛନ୍ତି ମମତା । ମୋଦୀ ଗ୍ୟାରେଣ୍ଟିକୁ ଡରୁଛନ୍ତି ମମତା । ପ୍ରତିବର୍ଷ ପରି ଏଥରକ ମଧ୍ୟ ରାମନବମୀ ଉତ୍ସବ ରୋକିବାକୁ ଟିଏମସି ଯେତେ ଷଡ଼ଯନ୍ତ୍ର କରାଯାଇଛି ।