କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ। ଯେତେ ବି କଳା ଯାଦୁ କରନ୍ତୁ ,ଲୋକ ବିଶ୍ୱାସ କରିବେ ନାହିଁ …

181

କନକ ବ୍ୟୁରୋ: ସେମାନେ ଯେତେ ବି କଳା ଯାଦୁ କରନ୍ତୁ, ଲୋକ ବିଶ୍ୱାସ କରିବେ ନାହିଁ  । ପୂର୍ବରୁ କଂଗ୍ରେସ ନେତାଙ୍କ କଳାର ରଙ୍ଗର ପୋଷାକ ପିନ୍ଧି କରିଥିବା ବିରୋଧ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସରକାରଙ୍କ ବିରୋଧରେ କଂଗ୍ରେସର କଳା ପୋଷାକ ପିନ୍ଧି ବିରୋଧରେ ସେ କହିଛନ୍ତି ।

ଆମ ଦେଶରେ ମଧ୍ୟ ବହୁ ନକରାତ୍ମକ ଚିନ୍ତାଧାରାରେ ଫସି ରହିଛନ୍ତି, ନିରାଶାରେ ବୁଡ଼ି ରହିଛନ୍ତି । ସରକାରଙ୍କ ବିରୋଧରେ ମିଛ ପରେ ମିଛ କହିଲେ ମଧ୍ୟ ଲୋକ ବିଶ୍ୱାସ କରିବେ ନାହିଁ ବୋଲି ସେ ଭାଷଣରେ କହିଛନ୍ତି । ଏହା ସହ ସେ କହିଛନ୍ତି ଯେତେ କଳା ଯାଦୁ , ଗୁଣିଗାରେଡ଼ି କଲେ ମଧ୍ୟ ଲୋକଙ୍କ ବିଶ୍ୱାସ ଆଉ ପୁଣିଥରେ ତାଙ୍କ ଉପରେ ଆସିପାରିବ ନାହିଁ । ପ୍ରଧାନମନ୍ତ୍ରୀ ପାନିପଥରେ ଟୁ ଜି ଏଥନାଲ ପ୍ଲାଣ୍ଟର କାର୍ଯ୍ୟକ୍ରମରେ ଯୋଗଦେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।