କନକ ବ୍ୟୁରୋ: ସେମାନେ ଯେତେ ବି କଳା ଯାଦୁ କରନ୍ତୁ, ଲୋକ ବିଶ୍ୱାସ କରିବେ ନାହିଁ । ପୂର୍ବରୁ କଂଗ୍ରେସ ନେତାଙ୍କ କଳାର ରଙ୍ଗର ପୋଷାକ ପିନ୍ଧି କରିଥିବା ବିରୋଧ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସରକାରଙ୍କ ବିରୋଧରେ କଂଗ୍ରେସର କଳା ପୋଷାକ ପିନ୍ଧି ବିରୋଧରେ ସେ କହିଛନ୍ତି ।
ଆମ ଦେଶରେ ମଧ୍ୟ ବହୁ ନକରାତ୍ମକ ଚିନ୍ତାଧାରାରେ ଫସି ରହିଛନ୍ତି, ନିରାଶାରେ ବୁଡ଼ି ରହିଛନ୍ତି । ସରକାରଙ୍କ ବିରୋଧରେ ମିଛ ପରେ ମିଛ କହିଲେ ମଧ୍ୟ ଲୋକ ବିଶ୍ୱାସ କରିବେ ନାହିଁ ବୋଲି ସେ ଭାଷଣରେ କହିଛନ୍ତି । ଏହା ସହ ସେ କହିଛନ୍ତି ଯେତେ କଳା ଯାଦୁ , ଗୁଣିଗାରେଡ଼ି କଲେ ମଧ୍ୟ ଲୋକଙ୍କ ବିଶ୍ୱାସ ଆଉ ପୁଣିଥରେ ତାଙ୍କ ଉପରେ ଆସିପାରିବ ନାହିଁ । ପ୍ରଧାନମନ୍ତ୍ରୀ ପାନିପଥରେ ଟୁ ଜି ଏଥନାଲ ପ୍ଲାଣ୍ଟର କାର୍ଯ୍ୟକ୍ରମରେ ଯୋଗଦେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/Modi-14-1024x567-1.jpg)