ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । କରୋନାର ଦ୍ୱିତୀୟ ଲହର ବେଳେ କ’ଣ କହିବେ?

Advertisment
ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । କରୋନାର ଦ୍ୱିତୀୟ ଲହର ବେଳେ କ’ଣ କହିବେ?

କନକ ବ୍ୟୁରୋ: ଦେଶବାସୀଙ୍କୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା ୫ଟାରେ ସାରା ଦେଶକୁ ବାର୍ତ୍ତା ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍ କରି କୁହାଯାଇଛି । ତେବେ ଦେଶର କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ ଦେଶବାସୀଙ୍କୁ ଅବଗତ କରାଇପାରନ୍ତି ପ୍ରଧାନମନ୍ତ୍ରୀ । କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ହାର ଧିରେ ଧିରେ ବିଭିନ୍ନ ରାଜ୍ୟରେ ହ୍ରାସ ପାଉଥିବାବେଳେ ଦେଶବାସୀଙ୍କୁ କ’ଣ କହିବେ ମୋଦି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏପ୍ରିଲ୍‌-ମେ ମାସରେ କୋଭିଡ୍‌ ସଂକ୍ରମଣ ମାମଲା ମାରାତ୍ମକ ଭାବେ ଦ୍ରୁତ ବେଗରେ ବିସ୍ତାର କରି ଏବେ କ୍ରମଶଃ ହ୍ରାସ ପାଇ ଆସୁଥିବା ଏବଂ ଦେଶର କେତେକ ଅଞ୍ଚଳରୁ ‘ଲକ୍‌ଡାଉନ୍‌’ କୋହଳ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ଗୁରୁତ୍ବ ବହନ କରୁଥିବା ପରି ମନେହୁଏ। ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ସରକାରଙ୍କର ଟିକାକରଣ ନୀତି ପ୍ରସଙ୍ଗରେ କହିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe