ନମୋଙ୍କ ଫୁର୍ତ୍ତିର ରହସ୍ୟ ଜାଣିଲେ ବ୍ରିଟେନବାସୀ ! ପ୍ରତିଦିନ ତାଜା ରହିବା ପାଇଁ ମୋଦି ଯାହା ଖାଆନ୍ତି ତାହା ଆଉ କେହି ଖାଇପାରିବେନି ।

Advertisment
ନମୋଙ୍କ ଫୁର୍ତ୍ତିର ରହସ୍ୟ ଜାଣିଲେ ବ୍ରିଟେନବାସୀ ! ପ୍ରତିଦିନ ତାଜା ରହିବା ପାଇଁ ମୋଦି ଯାହା ଖାଆନ୍ତି ତାହା ଆଉ କେହି ଖାଇପାରିବେନି ।

Image courtesy-www.tomclip.com

ଆମ ଦେଶର ପ୍ରଧାନମନ୍ତ୍ରୀ ଷାଠିଏ ବର୍ଷର ହୋଇସାରିଲେଣି । କିନ୍ତୁ ତାଙ୍କ କର୍ମତତ୍ପରତାରୁ ବୟସର ଛାପ ଜଣାପଡେନାହିିଁ । ଲୋକମାନେ କୁହନ୍ତି ଯେ ତାଙ୍କ ଠାରେ ବହୁତ ଶକ୍ତି ଅଛି । ତାଙ୍କ ଶକ୍ତିର ରହସ୍ୟ କ’ଣ ? ମୋଦିଙ୍କ ଶକ୍ତିର ରହସ୍ୟ ହେଉଛି ପ୍ରତିଦିନ ଦୁଇ କିଲୋ ଗାଳି ଖାଇବା । କ’ଣ ୟେ କି କଥା! ଗାଳି ଖାଇଲେ ଜଣେ ଏତେ ଶକ୍ତିଶାଳୀ ହୋଇଯାଏ । publive-imageପ୍ରଧାନମନ୍ତ୍ରୀ ମୋଦି ବ୍ରିଟେନ ଯାଇଛନ୍ତି । ପାଞ୍ଚ ଦିନର ୟୁରୋପ ଯାତ୍ରାରେ ବ୍ରିଟେନରେ ତାଙ୍କର ଦ୍ୱିତୀୟ ବିରତି । ୧୮ ଏପ୍ରିଲ ମଧ୍ୟାହ୍ନରେ ସେ ପ୍ରିନ୍ସ ଚାର୍ଲସ ଏବଂ ବ୍ରିଟିଶ ପିଏମ ଥେରେସା ମେଙ୍କ ସହ ସାକ୍ଷାତ କରିଥିଲେ । ସନ୍ଧ୍ୟାରେ ଏକ ବିଶେଷ କାର୍ଯ୍ୟକ୍ରମ ‘ଭାରତ କି ବାତ, ସବକେ ସାଥ’ରେ ବ୍ରିଟେନରେ ରହୁଥିବା ଭାରତୀୟଙ୍କୁ ଭାଷଣ ଦେଇଥିଲେ । ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ସମୟରେ କେହି ଜଣେ ତାଙ୍କୁ ତାଙ୍କ ଶକ୍ତିର ରହସ୍ୟ ବିଷୟରେ ପଚାରିଥିଲେ କି ସେ କ’ଣ ଏମିତି ଖାଆନ୍ତି ଯେ ସବୁବେଳେ ଫୁର୍ତ୍ତିମୁଡରେ ରୁହନ୍ତି? ଏହାର ଉତ୍ତର ଦେବାକୁ ଯାଇ ମୋଦି ଏମିତି କିଛି କହିଲେ ଯାହାକୁ ଶୁଣି ସବୁ ହତବାକ୍ ହୋଇଗଲେ । ମୋଦି କହିଲେ, “ ଏହି ପ୍ରଶ୍ନର ଅନେକ ଉତ୍ତର ହୋଇପାରେ କିନ୍ତୁ ମାହୋଲକୁ ଦେଖି ଏତିକି କହିପାରିବି ବିଗତ ଦୁଇ ଦଶନ୍ଧୀ ଧରି ଅର୍ଥାତ୍ ୨୦ ବର୍ଷ ଧରି ମୁଁ ପ୍ରତିଦିନ ଦୁଇ କିଲୋ ଗାଳି ଖାଉଛି ।” ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଏଭଳି କଥା ଶୁଣି ସେଠାରେ ଉପସ୍ଥିତ ଥିବା ଜନତା ଏବଂ ଖୋଦ୍ ମୋଦି ମଧ୍ୟ ହସି ହସି ବେଦମ୍ ହୋଇ ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe