ମୋଦୀ ଗ୍ୟାରେଣ୍ଟି ଦୋହରାଇଲେ ପ୍ରଧାନମନ୍ତ୍ରୀ: କହିଲେ, ମୋଦୀ ଗ୍ୟାରେଣ୍ଟି ଅର୍ଥ ପକ୍କା ଗ୍ୟାରେଣ୍ଟି

110

କନକ ବ୍ୟୁରୋ: ସମ୍ବଲପୁରର ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ । ଜୟ ଜଗନ୍ନାଥରୁ ଆରମ୍ଭ କଲେ ଭାଷଣ । କହିଲେ, ସମ୍ବଲପୁର ଏକ ମହାନ ମାଟି । ବୀର ସୁରେନ୍ଦ୍ର ସାଏ, ଗଙ୍ଗାଧର ମେହେର, ଭୀମ ଭୋଇଙ୍କ ଜନ୍ମ ସ୍ଥାନ । ନିକଟରେ ଓଡିଶାରେ ୪ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଛି । ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି । ଆଜି ବିଜେପି କର୍ମୀଙ୍କ ପାଇଁ ଗୌରବର ଦିନ । ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଘୋଷଣା ହୋଇଛି । ନିକଟରେ କେନ୍ଦ୍ର ବଜେଟ ଉପସ୍ଥାପନ ହୋଇଛି । ଦେଶର ୨୫ କୋଟି ଲୋକ ଗରିବିରୁ ବାହାରିଛନ୍ତି । ମୋଦୀ କି ଗ୍ୟାରେଣ୍ଟି ଅର୍ଥ ପକ୍କା ଗ୍ୟାରେଣ୍ଟି । ୧୦ ବର୍ଷରେ ୪ କୋଟି ଲୋକଙ୍କୁ ପକ୍କା ଘର ମିଳିଛି । ଏଥିରେ ୨୫ ଲକ୍ଷ ଲୋକ ଓଡିଶାର ରହିଛନ୍ତି । ଯେଉଁମାନଙ୍କୁ ମିଳିନି ସେମାନଙ୍କ ପାଇଁ କେନ୍ଦ୍ର ସରକାର ଚିନ୍ତିତ ଅଛନ୍ତି । ଯେଉଁମାନଙ୍କୁ ଘର ମିଳୁନି ଯାଇ କହିବେ ମୋଦୀ ଆସିଥିଲେ ଆଉ କହିଥିଲେ ଆମକୁ ପକ୍କା ଘର ଦେବେ । ମୋର କୌଣସି ଗରିବ ଭାଇ କୁଡିଆରେ ଯେମତି ନରହିବ ସେଥିପାଇଁ ମୁଁ ଦିନରାତି ପରିଶ୍ରମ କରୁଛି ।

ମୋଦି କହିଥିଲେ, ପିଏମ କିଷାନ ନିଧିରେ ଦେଶରେ କୋଟି କୋଟି କୃଷକଙ୍କୁ ଲାଭ ମିଳିଛି । ଏଥିରେ ଓଡିଶାର ୪୦ ଲକ୍ଷ ଲୋକ ଲାଭବାନ ହୋଇଛନ୍ତି । ଚାଷୀଙ୍କ ରୋଜଗାର ବଢାଇବା କେନ୍ଦ୍ରର ଲକ୍ଷ୍ୟ । ଏ ଦିଗରେ ଭାଜପା ସରକାର କାମ କରିଚାଲିଛି । ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ଯାଉଛି । ଏଯାଏଁ ପ୍ରତି ଚାଷୀଙ୍କ ଖାତାକୁ ୩୦ ହଜାର ଟଙ୍କା ଯାଇଛି । ଭାଜପା ସରକାର ପ୍ରଥମ ଥର ପାଇଁ ଦେଢ ଗୁଣା ଏମଏସପି ଲାଗୁ କରିଛନ୍ତି । ଠୋରୁ ଅଧିକ ଧାନ କିଣିଛନ୍ତି । ୩୬ ହଜାର କୋଟି ୨୦୧୪ରେ କିଣାଯାଇଥିଲା । ଆମ ସରକାର ନାନୋ ୟୁରିୟା ପରେ ନାନୋ ଡିଏପି ଆଣୁଛି, ଯେଉଁଥିରେ ଖର୍ଚ୍ଚ କମ ହେବ । ବଜେଟରେ ମତ୍ସ୍ୟଜୀବୀଙ୍କ ପାଇଁ ବ୍ୟବସ୍ଥା ହୋଇଛି । ପୂର୍ବରୁ କୌଣସି ସରକାର ଏତେ ବ୍ୟବସ୍ଥା କରିନଥିଲେ । ଆଜିର ଯୁବ ଶକ୍ତି ଭିତରେ ବିଶ୍ୱାସ ଭରିଛି ଆମ ସରକାର । କାରଣ ଏବେ ଦୁର୍ନୀତିମୁକ୍ତ ବିଜେପି ସରକାର ରହିଛି । ସେହିପରି ଗାଁ ମହିଳା ଓ ପିଲାଙ୍କ ଧ୍ୟାନ ରଖିବାରେ ଅଙ୍ଗନବାଡି କର୍ମଚାରୀ ଓ ଆଶାକର୍ମୀଙ୍କ ଅନେକ ଭୂମିକା ରହିଥାଏ । ତାଙ୍କ ପାଇଁ ୫ ଲକ୍ଷ ଯାଏଁ ମାଗଣା ସେବା ରହିଛି ।

ମୋଦୀ କହିଥିଲେ, ୨୫ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ବିଜୁଳି ପହଞ୍ଚିଛି । ଆମେ ଏଲଇଡି ବଲବର ନୂଆ କ୍ରାନ୍ତି ଦେଶରେ ଆଣିଛୁ । କାରଣ ଆମେ ଚାହୁଁଛୁ ବିଜୁଳି ବିଲ କମ ଆସୁ । ଦେଶର ଗରିବ ଲୋକଙ୍କ ବିଜୁଳି ବିଲ ଯେମିତି ଶୂନ ହୋଇଯାଉ । ଏଥର ବଜେଟରେ ବି ୧ କୋଟି ପରିବାର ପାଇଁ ରୁଫ ଟପ ସୋଲାର ପାୱାର ସ୍କିମର ଘୋଷଣା କରାଯାଇଛି । ଏଥିରେ ଛାତ ଉପରେ ସୋଲାର ପ୍ୟାନେଲ ତିଆରି କରି ମାଗଣା ବିଜୁଳି ନେଇ ପାରିବେ । ଏହା ସହ ଅଧିକ ବିଜୁଳି ଉତ୍ପାଦନ କରି ଏହାକୁ ବିକ୍ରି କରିପାରିବେ ।

୬୦ ଲକ୍ଷ ପରିବାରକୁ ମାଗଣା ପାଇପ ପାଣି ମିଳିଛି । ୫୫ ଲକ୍ଷ ମହିଳାଙ୍କୁ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ଦିଆଯାଇଛି । ଏହାସହ ମହିଳାଙ୍କୁ ଲକ୍ଷ ପତି ଦିଦି ମହିଳା ବନାଇବାକୁ ଗ୍ୟାରେଣ୍ଟି ନେଇଛି ମୋଦୀ ସରକାର । ୧୦ ବର୍ଷରେ ୧ କୋଟି ମହିଳା ଲକ୍ଷପତି ଦିଦି ବନିଛନ୍ତି । ଏହି ବଜେଟରେ ଆଉ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନାଇବାକୁ ଲକ୍ଷ୍ୟ ରଖା ଯାଇଛି । ୨୦୧୪ ପୂର୍ବରୁ ସରକାର ବଜେଟ ଘୋଷଣା କରୁଥିଲେ ସେଥିରେ ବଡ ଘୋଟାଲା ହେଉଥିଲା । ହେଲେ ଏବେ ସ୍ଥିତି ବଦଳିଛି, ଆମ ଯୁବପୀଢିଙ୍କ ଭିତରେ ଆତ୍ମବିଶ୍ୱାସ ବଢିଛି । କାରଣ ତା ପଛରେ ସଚ୍ଚୋଟ ଓ ମଜବୁତ ସରକାର ରହିଛି ବୋଲି ମୋଦୀ କହିଥିଲେ ।

ମୋଦୀ ଆହୁରି କହିଥିଲେ, ଆଗାମୀ ୫ ବର୍ଷ ଯାଏଁ ରାସନର ଚିନ୍ତା କରିବା ଦରକାର ନାହିଁ । ଆପଣଙ୍କ ଘରେ ଭୋଜନ ତିଆରି ହେବ ଏହାର ଗ୍ୟାରେଣ୍ଟି ମୋଦୀ ଦେଇଛନ୍ତି । ଓଡିଶାର ଯେଉଁ ବନ୍ଧୁ ବାହାର ରାଜ୍ୟକୁ ଯାଇଛନ୍ତି ତାଙ୍କ ପାଇଁ ବି ବ୍ୟବସ୍ଥା ହୋଇଛି । ଏଥର ବଜେଟରେ ଇନଫଷ୍ଟ୍ରକଚର ବାକାଶ ପାଇଁ ୧୧ ଲକ୍ଷ ଟଙ୍କା ରଖାଯାଇଛି । ପୂର୍ବରୁ ଏହି ବଜେଟ ୨ଲକ୍ଷରୁ କମ ରଖାଯାଉଥିଲା । ଏହାର ଅର୍ଥ ଆଗାମୀ ଦିନ ଗୁଡିକରେ ରେଳ, ଏୟାରପୋର୍ଟ, ସଡକ ଆଦି କ୍ଷେତ୍ରରେ ଆମେ ବହୁତ ଆଗକୁ ଯିବା । ବିଜେପି ସରକାର ଇନଫାଷ୍ଟ୍ରକଚର ଉପରେ ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଯାହାର ପ୍ରଭାବ ପୂର୍ବ ଭାରତ ଅର୍ଥାତ ଓଡିଶା ଉପରେ ।