ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ଫୁମିୟୋ କାସିଦା।

113

କନକ ବ୍ୟୁରୋ: ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିସିିଦା ୨ ଦିନିଆ ଭାରତ ଗସ୍ତରେ ଅଛନ୍ତି । ଏହି ଅବସରରେ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ ରାଜଘାଟ ପହଞ୍ଚି ମହାତ୍ମାଗାନ୍ଧୀଙ୍କ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମହାତ୍ମାଗାନ୍ଧୀଙ୍କ ଜୀବନୀ ଉପରେ ଲିଖିତ ଏକ ପୁସ୍ତକ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିସିଦାଙ୍କୁ ଉପହାର ଭେଟି ଦିଆଯାଇଛି । ରାଜଘାଟରୁ ଫେରିବା ପରେ ଜାପାନ ପ୍ରଧାନମନ୍ତ୍ରୀ ଦିଲ୍ଲୀର ହାଇଦ୍ରାବାଦ ହାଉସ ପହଞ୍ଚିିଥିଲେ , ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ୱାଗତ କରିଛନ୍ତି । ତେବେ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

ଆଗକୁ ମେ ମାସରେ ହିରୋସିମାରେ ଜି-୭ ସମ୍ମିଳନୀ ଏବଂ ସେପ୍ଟେମ୍ବରରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ହେବାକୁ ଥିବାନେଇ ଦୁଇ ପ୍ରଧାନମନ୍ତ୍ରୀ ଏନେଇ ଚର୍ଚ୍ଚା କରିଛନ୍ତି । କାରଣ ଏହି ଥର ଜାପାନ ଏବଂ ଭାରତ ଦୁହେଁ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ବିଶ୍ୱରେ ଶାନ୍ତି ବଜାୟ ରଖିବା ପାଇଁ ଦୁଇ ରାଜନେତା ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ବାର୍ତାଳାପ କରିଛନ୍ତି । ଏହା ବ୍ୟତୀତ ପ୍ରତିରକ୍ଷା, ନିବେଶ ଓ ବ୍ୟାପାର, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିସିିଦା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି ଆଲୋଚନା । ଅନ୍ୟପଟେ ଫୁମିୟୋ କିସିିଦାଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବାବେଳେ ଦୁହେଁ ଏକାଠି ଗୁପଚୁପ ଖାଇବା ସହ ସାଙ୍ଗ ହୋଇ ଚାହା ପିଇଛନ୍ତି ।