ଯୁଦ୍ଧ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ: ୟୁକ୍ରେନରୁ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ 

250

କନକ ବ୍ୟୁରୋ: ୟୁକ୍ରେନ-ରୁଷିଆ ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏଥିରେ ଅପରେସନ ଗଙ୍ଗା ଅଭିଯାନ ଜରିଆରେ ୟୁକ୍ରେନରେ ଫସିଥିବା ନାଗରିକଙ୍କ ଉଦ୍ଧାର ଉପରେ ଚର୍ଚ୍ଚା ହୋଇଛି । ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବିଦେଶ ମନ୍ତ୍ରାଳୟ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା ଓ ଅନ୍ୟ ଉଚ୍ଚ ଅଧିକାରୀ । ବର୍ତମାନ ସୁଦ୍ଧା ୟୁକ୍ରେନରୁ ୨ ହଜାର ଭାରତୀୟ ନାଗରିକଙ୍କୁ ସୁର କ୍ଷିତ ଉଦ୍ଧାର କରାଯାଇଛି ।

ୟୁକ୍ରେନ ଆକାଶ ପଥ ସିଲ ହୋଇଥିବାରୁ ପଡୋଶୀ ଦେଶ ସହ ଆଲୋଚନା କରି ଭାରତ ସରକାର ଯୁଦ୍ଧକାଳୀନଭିତିରେ ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି । ଯଦିଓ ରୁଷ ଓ ୟୁକ୍ରେନ ଏବେ ଆଲୋଚନା ଟେବୁଲକୁ ଆସିବା ପାଇଁ ସହମତି ଦେଇଛନ୍ତି, କିନ୍ତୁ ଯୁଦ୍ଧ ସ୍ଥିତିରେ କିଛି ପରିବର୍ତନ ହୋଇନାହିଁ । ତେଣୁ ଯେତେ ଶୀଘ୍ର ହୋଇପାରିବ, ସେତେ ଶୀଘ୍ର ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ ନେବା ଉପରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି । ସେପଟେ ୟୁରୋପୀୟ ୟୁନିଅନ, ରୁଷ ପାଇଁ ସମସ୍ତ ଆକାଶ ପଥ ସିଲ କରିଛି । ଅର୍ଥାତ୍ ୟୁରୋପୀୟ ୟୁନିଅନ ଦେଇ ରୁଷର କୌଣସି ବିମାନ ଚଳାଚଳ କରିପାରିବ ନାହିଁ ।