କନକ ବ୍ୟୁରୋ: ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦ ତାରିଖରେ ନ୍ୟୁୟର୍କରେ ପହଞ୍ଚିବେ ମୋଦୀ । ସ୍ୱାଗତ ପାଇଁ ଆମେରିକା ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ବାଇଡେନ ପ୍ରଶାସନ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତର ପୂରା ସୂଚୀ ସାମ୍ନାକୁ ଆସିଛି । ୩ ଦିନିଆ ଗସ୍ତରେ ରହିଛି ଅନେକ କାର୍ଯ୍ୟକ୍ରମ । ଜୁନ୍ ୨୧ ତାରିଖରେ ଆମେରିକା ରାଷ୍ଟ୍ରପତି ଓ ଫାଷ୍ଟଲେଡିଙ୍କ ସହ ରାତ୍ର ଭୋଜନ କରିବେ ପ୍ରଧାନମନ୍ତ୍ରୀ । ଜୁନ୍ ୨୨ରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ଉଦ୍ବୋଧନ ଦେବେ । ଚୀନକୁ ଚେକ୍ ଦେବା ପାଇଁ ଦୁଇ ନେତା ପ୍ରସ୍ତତ କରିପାରନ୍ତି ରଣନୀତି ।

  • ଆମେରିକା ଗସ୍ତରେ ମୋଦୀ
  • ସ୍ୱାଗତ ପାଇଁ ବାଇଡେନଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି

ଆମେରିକା ରାଷ୍ଟ୍ରପପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ୍ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୩ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି । ମୋଦୀଙ୍କ ଏହି ଗସ୍ତକୁ ନେଇ ଉଉୟ ଦେଶ ଆଶାବୀଦୀ ଅଛନ୍ତି । ବାଇଡେନ ଏବଂ ମୋଦୀଙ୍କ ମଧ୍ୟରେ ଆଲୋଚନା ଆମେରିକା ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ କରିବ ବୋଲି କୁହାଯାଉଛି । ପ୍ରତିରକ୍ଷା, ବାଣିଜ୍ୟ, ଟେକ୍ନୋଲୋଜି ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଅଧିକ ସହଭାଗିତା ବଢିବ ବୋଲି ଆଶା କରାଯାଉଛି ।

୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ତାଙ୍କର ଷଷ୍ଠ ଆମେରିକା ଗସ୍ତ । ଆମେରିକାର ତିନି ରାଷ୍ଟ୍ରପତି ବାରାକ ଓବାମା, ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବାଇଡେନଙ୍କୁ ଭେଟି ସାରିଥିବା ବେଳେ ଏହା ହେଉଛି ମୋଦୀଙ୍କ ପ୍ରଥମ ଷ୍ଟେଟ ଭିିଜିଟ୍ । ସେଥିପାଇଁ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ଆମେରିକା ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତର କାର୍ଯ୍ୟସୂଚୀ?

ଦିନ-୧

  • ଜୁନ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁୟର୍କରେ ପହଂଚିବେ
  • ଆଣ୍ଡ୍ର୍ୟିୁଜ୍ ଏୟାର ଫୋର୍ସ ବେଶରେ ଭାରତୀୟ ବଂଶଧରମାନେ ତାଙ୍କୁ ସ୍ୱାଗତ କରିବେ

ଦିନ-୨

  • ଜୁନ୍ ୨୧ ତାରିଖରେ ଜାତିସଂଘ ମୁଖ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବରେ ଯୋଗଦେବେ
  • ସେଠାରେ ପ୍ରଧାନମନ୍ତ୍ରୀ ଜାତିର ପତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ
  • ପରେ ପ୍ରଧାନମନ୍ତ୍ରୀ ମୋଦୀ ୱାଇଟ୍ ହାଉସ୍ରେ ଜୋ ବାଇଡେନଙ୍କ ଭେଟିବେ
  • ସେହିଦିନ ସନ୍ଧ୍ୟାରେ ମୋଦୀ, ବାଇଡେନ ଓ ତାଙ୍କ ପତ୍ନିଙ୍କ ସହ ରାତ୍ର ଭୋଜନ କରିବେ

ଦିନ-୩

  • ଜୁନ୍ ୨୨ ତାରିଖରେ ହ୍ୱାଇଟ୍ ହାଉସରେ ମୋଦୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ
  • ଏହି କାର୍ଯ୍ୟକ୍ରମରେ ଏକ ହଜାରରୁ ଅଧିକ ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି
  • ସେହିଦିନ ବାଇଡେନଙ୍କ ସହ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ ହେବାର ଅଛି
  • ଏହାପରେ ମୋଦୀ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ଉଦବୋଧନ ଦେବେ

ଦିନ-୪

  • ଜୁନ୍ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ଆମେରିକାର ଉପ-ରାଷ୍ଟ୍ରପତି କମଳା ହାରିସ ଏବଂ ଷ୍ଟେଟ୍ ସେକ୍ରେଟାରି ଆଟୋଂନି ବ୍ଲିଙ୍କେନଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ
  • ପରେ ବିଭିନ୍ନ ଆମେରିକୀୟ କମ୍ପାନୀର ମାଲିକ ଏବଂ ସିଇଓଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ
  • ସେହିଦିନ ସନ୍ଧ୍ୟାରେ ରୋନାଲ୍ଡ ରେଗାନ ସେଂଟରରେ ଭାରତୀୟ ବଂଶଧରମାନଙ୍କୁ ଉଦବୋଧନ ଦେବେ ମୋଦୀ
  • ଏହାପରେ ପ୍ରଧାନମନ୍ତ୍ରୀ ଇଜିପ୍ଟ ଗସ୍ତରେ ଯାଇ ଇଜିପ୍ଟ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି

ଦୁଇ ବୃହତ ଗଣତାନ୍ତ୍ରିକ ଦେଶର ମୁଖ୍ୟଙ୍କ ଭେଟଘାଟ ଉପରେ ସାରା ବିଶ୍ୱର ନଜର ରହିଛି । ଏହି କାର୍ଯ୍ୟକ୍ରମରେ ଚୀନକୁ ଚେକ୍ ଦେବା ପାଇଁ ଦୁଇ ନେତା ରଣନୀତି ପ୍ରସ୍ତୁତ କରିପାରନ୍ତି ବୋଲି କୁହାଯାଉଛି ।