ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ମୋଦୀ: ସମ୍ବଲପୁର ଆଇଆଇଏମ କାର୍ଯ୍ୟକ୍ରମରେ ହେବେ ସାମିଲ

179

କନକ ବ୍ୟୁରୋ: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫେବ୍ର୍ରୁଆରୀ ୩ତାରିଖରେ ମୋଦୀଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ସମ୍ବଲପୁର ଆଇଆଇଏମ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାସହ ମୋଦୀ ସମ୍ବଲପୁରରେ ସବୁଠାରୁ ବଡ଼ ଦଳୀୟ ସମାବେଶ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ବିରଂଚି ତ୍ରିପାଠୀ । ଯେମିତି ସମାବେଶ ଓଡ଼ିଶାରେ ପୂର୍ବରୁ କେବେ ହୋଇନଥିବେ ସେମିତି ସମାବେଶ ହେବ ବୋଲି ଦଳ କହିଛି । ସମାବେଶ କରି ପଶ୍ଚିମ ଓଡ଼ିଶାରୁ ନିର୍ବାଚନୀ ବିଗୁଲ ବଜାଇପାରନ୍ତି ମୋଦୀ । ରାଜ୍ୟ ବିଜେପିରେ ନୂଆ ଉତ୍ସାହ ଭରିଦେବେ ମୋଦୀ । ଆଗାମୀ ଦିନରେ ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ନୀତିନ ଗଡ଼କରି ଓ ରାଜନାଥ ସିଂ ଓଡ଼ିଶା ଆସିବେ ।