ଆଜି ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ । ପତାକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତ ଗାୟନ ।

359

କନକ ବ୍ୟୁରୋ: କରୋନା କଟକଣା ଭିତରେ ଆଜି ସାରା ଦେଶ ପାଳୁଛି ୭୪ ତମ ସ୍ୱାଧାନତା ଦିବସ । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ନିଜ ବାସ ଭବନରେ ଜାତୀୟ ପତାକା ଉତ୍ତତୋଳନ କରିବା ସହ ପ୍ରଧାନମନ୍ତ୍ରୀ ପ୍ରଥମେ ରାଜଘାଟରେ ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ବାବାୁଙ୍କୁ ଭାବପୂର୍ବକ ଶ୍ରଦ୍ଧାଂଜଳି ଦେଇଛନ୍ତି ପ୍ରାଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ମୋଦି ଲାଲକିଲ୍ଲାରେ ଆୟୋଜନ ହେଉଥିବା ଜାତୀୟ ସ୍ତରର ସ୍ୱାଧୀନତା ଦିବସ ଉତ୍ସବରେ ଯୋଗ ଦେଇଛନ୍ତି ।

ତେବେ ଜାତୀୟ ସଂଗୀତ ଗାନ ସହ ୨୧ ତୋପ ସଲାମୀ ମଧ୍ୟରେ ଜାତୀୟ ପତାକା ଉତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି । ସକାଳ ୭ଟା ମୋଦି ରାଜଘାଟରେ ପହଂଚିଥିଲେ । ୭ଟା ୧୮ରେ ଦିଲ୍ଲୀ ଲାହୋର ଗେଟରେ ପହଂଚିଥିଲେ । ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ଓ ସଚିବ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ସକାଳ ପ୍ରାୟ ୭ଟା ୩୦ରେ ମୋଦି ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।