କନକ ବ୍ୟୁରୋ : ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ଟୁଇଟ୍ କରି ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ନିଜ ଟୁଇଟରେ ଉଲେଖ କରିଛନ୍ତି ବାୟୁସେନା ଦିବସ ଅବସରରେ ସମସ୍ତ ବୀର ଯୋଦ୍ଧାଙ୍କୁ ବହୁତ ବହୁତ ଶୁଭେଛା । ଆପଣମାନେ କେବଳ ଦେଶର ଆକାଶକୁ ସୁରକ୍ଷିତ ରଖୁନାହାନ୍ତି, ବିପଦ ସମୟରେ ମାନବ ସେବାରେ ଅଗ୍ରଣୀ ଭୂମିକା ନିଭାଉଛନ୍ତି ।
ଭାରତ ମାତାର ସୁରକ୍ଷା ପାଇଁ ଆପଣଙ୍କ ସାହସ, ଶୌର୍ଯ୍ୟ ଏବଂ ସମର୍ପଣ ପ୍ରତ୍ୟେକଙ୍କ ପାଇଁ ପ୍ରେରଣା ଦାୟୀ ରହିବ । ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ଏକ ଭିଡିଓ ଟୁଇଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/12-6.jpg)