କନକ ବ୍ୟୁରୋ: ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାଲେଶ୍ୱର ବାହାନଗା ଦୁର୍ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିବେ । ଆହତଙ୍କୁ ଭେଟିବାକୁ ଏସସିବି ଯିବାର ସୂଚନା ରହିଛି । ଏହା ପୂର୍ବରୁ ଦୁର୍ଘଟଣାର ସ୍ଥିତି ଜାଣିବାକୁ ଏକ ଜରୁରୀକାଳୀନ ବୈଠକ ଡାକିଥିଲେ ମୋଦୀ । ଏହା ପରେ ଓଡିଶା ଆସିବାର ଘୋଷଣା କରିଛନ୍ତି ।
ବାହାନଗା ଦୁର୍ଘଟଣାରେ ଏବେଯାଏଁ ମୃତ୍ୟୁ ସଂଖ୍ୟା ୨୩୮ ଟପିଲାଣି । ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଛି । ତଥାପି ଉଦ୍ଧାର କାର୍ଯ୍ୟ ପାଇଁ ଆହୁରି ୩ ଘଣ୍ଟା ସମୟ ଲାଗିବ । ଆହତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ କିନ୍ତୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବପ୍ରଦୀପ ଜେନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/48.jpg)