କନକ ବ୍ୟୁରୋ: ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଅପୁଲିଆରେ ପହଂଚିଛନ୍ତି ମୋଦୀ । ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ତୃତୀୟ ପାଳିରେ ଏହା ହେଉଛି ମୋଦୀଙ୍କ ପ୍ରଥମ ବିଦେଶଗସ୍ତ । ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମଥର ପାଇଁ ବିଦେଶ ଗସ୍ତରେ ଯାଇଛନ୍ତି ମୋଦୀ । ଇଟାଲିରେ ଆୟୋଜିତ ଜି-୭ ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀରେ ଆମେରିକା, ଫ୍ରାନ୍ସ, ଜାପାନ, କାନାଡା ଓ ୟୁକ୍ରେନ ଦେଶର ରାଷ୍ଟ୍ରମୁଖ୍ୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଇଟାଲୀରେ ୫୦ତମ ଜି ସେଭନେ ସମ୍ମିଳନୀ ଆୟୋଜିତ ହେବ । ଭାରତ ସହ ଗ୍ଲୋବାଲ ସାଉଥର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଶ୍ୱର ବଡ ନେତାଙ୍କ ସହ ଯୋଡି ହେବାକୁ ଏହା ମୌକା । ସେପଟେ ମୋଦୀଙ୍କ ଗସ୍ତ ପୂର୍ବରୁ ଇଟାଲୀ ଖଲିସ୍ତାନୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଏନେଇ ମୋଦୀଙ୍କ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଛି ।