ଜି -୨୦ ଶୀଖର ସମ୍ମିଳନୀରେ ଭାଗ ନେବାକୁ ଇଟାଲି ଯିବେ ପ୍ରଧାନମନ୍ତ୍ରୀ

74

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଇଟାଲି ଗସ୍ତରେ ଯିବା ନେଇ ସୂଚନା ମିଳିଛି । ଏହି କ୍ରମରେ ସୋଂରେ ସେ ୩୦ ଓ ୩୧ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶୀଖର ସମ୍ମିଳନୀ ବୈଠକରେ ଭାଗନେବେ । ଇଟାଲି ପରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକେ ଗସ୍ତରେ ଯିବେ ଓ ସେଠାରେ ସ୍କଟଲାଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଥିବା ଜଳବାୟୁ ସମ୍ମିଳନୀରେ ଭାଗ ନେବେ  । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ୟୁକେର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଦ୍ୱିପାକ୍ଷୀକ ଆଲୋଚନା କରିବେ ବୋଲି କୁହାଯାଇଛି ।

ଅକ୍ଟୋବର ୩୧ ରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ସ୍କଟଲାଣ୍ଡର ଗ୍ଲାସଗୋ ଠାରେ ବ୍ରିଟେନ ଦ୍ୱାରା ଆୟୋଜିତ ଜଳବାୟୁ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଶ୍ଚିତ କରାଯାଇଛି ।

ଗୁରୁବାର ଦିନ ନୂଆଦିଲ୍ଲୀରୁ ଡିଜିଟାଲ ଭାବେ ଲଣ୍ଡନରେ ଇଣ୍ଡିଆ ଗ୍ଲୋବାଲ ଫୋରମକୁ ସମ୍ବୋଧିତ କରିବା ସମୟରେ ଶ୍ରୀଙ୍ଗଲ କହିଛନ୍ତି ଯେ “ଆମେ ବୋଧହୁଏ ଏକମାତ୍ର ଜି-୨୦ ଦେଶ ଯେ କି ଏହାର ଏନଡିସି ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇଛି”

ସେ ଆହୁରି କହିଥିଲେ କି ଏହି ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରିବାକୁ ବିକାଶଶୀଳ ଦେଶମାନେ ଜଳବାୟୁ ଅର୍ଥ ଓ ସବୁଜ ପ୍ରଜୁକ୍ତିବିଦ୍ୟାର ଆବଶ୍ୟକତା ପଡିବ । ଆମକୁ ପ୍ରତିଶ୍ରୁତିର ଆବଶ୍ୟକତା ରହିଛି ଯାହାକି ପୂର୍ବାନୁମାନ ଯୋଗ୍ୟ ଏବଂ ଅଣ ଆର୍ଥିକ ଭାବେ ଲାଭ କରାଯାଇପାରିବ ।