ସୋସିଆଲ ମିଡ଼ିଆରେ ଛାଇଗଲା ମୋଦୀଙ୍କ ମୟୂର ଭିଡ଼ିଓ । ପ୍ରଧାନମନ୍ତ୍ରୀ ବାସଭବନରେ ମୟୂର ସହ ବୁଲିଲେ ମୋଦୀ :  ଦାନା ଖୁଆଇଲେ, କବିତା ଲେଖି ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ

ସୋସିଆଲ ମିଡ଼ିଆରେ ଛାଇଗଲା ମୋଦୀଙ୍କ ମୟୂର ଭିଡ଼ିଓ । ପ୍ରଧାନମନ୍ତ୍ରୀ ବାସଭବନରେ ମୟୂର ସହ ବୁଲିଲେ ମୋଦୀ :  ଦାନା ଖୁଆଇଲେ, କବିତା ଲେଖି ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୟୁର ପ୍ରେମ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମୋଦୀ ମୟୁର ସହ ବିତାଉଥିବା ସମୟର ଭିଡ଼ିଓ । ତାଲାବନ୍ଦ ସମୟରେ ପ୍ରଧାନମନ୍ତ୍ରୀ କିଭଳି ମୟୁର ସହ ସମୟ କାଟୁଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମର୍ଣ୍ଣି ୱାର୍କରେ ଚାଲୁଥିବା ସମୟରେ ମୟୁର ତାଙ୍କ କଡ଼ରେ କଡ଼ରେ ଚାଲୁଛନ୍ତି  ।

କେବଳ ଘର ବାହାରେ ନୁହେଁ ଘର ଭିତରେ ଏକ ପ୍ଲେଟରେ ମୟୁରକୁ ଦାନା ଖାଇବାକୁ ଦେଉଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଅତି ଖୁସିରେ ମୟୁରଟି ପ୍ରଧାନମନ୍ତ୍ରୀଙ୍କ ପ୍ଲେଟରୁ ଧାନା ଖୁଂଟି ଖାଉଛନ୍ତି । ଏଥିସହ ମୋଦି ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି ।

View this post on Instagram

भोर भयो, बिन शोर, मन मोर, भयो विभोर, रग-रग है रंगा, नीला भूरा श्याम सुहाना, मनमोहक, मोर निराला। रंग है, पर राग नहीं, विराग का विश्वास यही, न चाह, न वाह, न आह, गूँजे घर-घर आज भी गान, जिये तो मुरली के साथ जाये तो मुरलीधर के ताज। जीवात्मा ही शिवात्मा, अंतर्मन की अनंत धारा मन मंदिर में उजियारा सारा, बिन वाद-विवाद, संवाद बिन सुर-स्वर, संदेश मोर चहकता मौन महकता।

A post shared by Narendra Modi (@narendramodi) on

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏମିତି ଗାଁ ପରିବେଶ ସୃଷ୍ଟ କରାଯାଇଛି ଯେ ଯେଉଁଠି ପକ୍ଷୀମାନେ ସ୍ନେହରେ ବାନ୍ଧି ହୋଇ ରହିଛନ୍ତି। ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ତେଣୁ ମୟୁରମାନେ ବି ଭୟ ନକରି ଖୁବ୍‌ ଖୁସିରେ ମୋଦୀଙ୍କ ବାସଭବନ ପରିସରରେ ବୁଲୁଥିବା ଦେଖିବାକୁ ମିଳୁଛି।

କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ଜଳବାୟୁ ଓ ବନ ସଂରକ୍ଷଣ ଉପରେ ଗୁରୁତ୍ୱ ହୋଇଥାଆନ୍ତି। ସେ ‘Convenient Action: Gujarat’s Response to Challenges of Climate Change’ ଓ ‘Convenient Action- Continuity for Change’ନାମକ ଦୁଇଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ଯେଉଁଥିରେ ସେ ତାଙ୍କ ଚିନ୍ତାଧାରକୁ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe