କନକ ବ୍ୟୁରୋ: ଆଜି ବାରଣାସୀରେ ପାଳନ ହେଉଛି ଦେବ ଦୀପାବଳୀ । ହିନ୍ଦୁ ପରମ୍ପରା ଅନୁସାରେ କାର୍ତ୍ତିକ ମାସର ପୂର୍ଣ୍ଣମୀ ଦିନ ଦେବ ଦୀପାବଳୀ ଉତ୍ସବ ପାଳନ ହୁଏ । ବିଶ୍ୱାସ ରହିଛି ଏହି ଦିନ କାଶୀକୁ ସ୍ୱର୍ଗରୁ ଦେବାଦେବୀ ଓହ୍ଲାଇ ଆସନ୍ତି । ଗଙ୍ଗା ଘାଟରେ ବୁଡ ପକାଇ ବାବା ବିଶ୍ୱନାଥଙ୍କୁ ପୂଜା କରନ୍ତି ।
ତେବେ ଆଜି ନିଜ ସଂସଦୀୟ କ୍ଷେତ୍ର ବାରଣାସୀକୁ ଯାଇ ବାବା ବିଶ୍ୱନାଥଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମନ୍ଦିରରେ ପହଞ୍ଚି ମହାଦେବ ପୂଜିଛନ୍ତି ମୋଦି । କ୍ଷୀର ଢାଳି, ତ୍ରିଶାଖା ବେଲପତ୍ର ଦେଇ ଦେବ ଦେବ ମହାଦେବଙ୍କୁ ଆରାଧନା କରିଛନ୍ତି । ତେବେ କ୍ରୁଜରେ ଯାଇ ରାଜଘାଟରେ ଦୀପ ଜାଳି ଦେବ ଦୀପାବଳୀ ଉତ୍ସବର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି କାଶୀରେ ଏକାଥରେ ୧୧ ଲକ୍ଷ ଦୀପ ଜଳୁଛି । ଦୀପ ଆଲୋକରେ ସାରା ପରିବେଶ ଆଲୋକିତ ଦିଶୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/MODI-MAHADEV-PUJA-2.jpg)
/kanak/media/post_attachments/wp-content/uploads/2020/11/MODI-MAHADEV-PUJA.jpg)