ଜୋ ବାଇଡେନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଚଳିତ ଦଶକ ହେବ ଭାରତ ଓ ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ ।

141

କନକ ବ୍ୟୁରୋ: ଆମେରିକା ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦୀ । ତେବେ ଆଲୋଚନା ସମୟରେ ମୋଦୀ କହିଛନ୍ତି ଚଳିତ ଦଶକ ଆମେରିକା ଓ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ପୂୂର୍ବଠାରୁ ଅଧିକ ନିବିଡ ହୋଇଛି ବୋଲି କହିଛନ୍ତି ମୋଦୀ । ଆମେରିକା ଓ ଭାରତକୁ ନେଇ ବାଇଡେନଙ୍କ ଲକ୍ଷ୍ୟ ଅତ୍ୟନ୍ତ ପ୍ରେରଣାଦାୟୀ । ତେବେ ମୋଦୀ ହ୍ୱାଇଟ ହାଉସକୁ ଆସିବା ପରେ ବାଇଡେନ ଖୁସି ବ୍ୟକ୍ତ କରିଛନ୍ତି । କମଲା ହାରିସଙ୍କ ମା’ଙ୍କ ବିଷୟରେ ବୈଠକରେ କହିଛନ୍ତି ବାଇଡେନ । ସେ କହିଛନ୍ତି କମଲାଙ୍କ ମା ଭାରତର ଓ ଜଣେ ବିଖ୍ୟାତ ବୈଜ୍ଞାନିକ ମଧ୍ୟ । ଆଜିର ସମୟରେ ବିଶ୍ୱରେ ଶାନ୍ତି ଓ ସହନଶୀଳତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବାଇଡେନ । ବାଇଡେନ କହିଛନ୍ତି ଭାରତ ଓ ଆମେରିକାର ସମ୍ପର୍କ ଆଗଠାରୁ ଆହୁରି ମଜଭୁତ ହେବାକୁ ଯାଉଛି । ଏହାସହ ଏହି ବୈଠକରେ ଆଫଗାନିସ୍ତାନ ପ୍ରସଙ୍ଗ,ଆତଙ୍କବାଦ, ଚୀନ ଓ ଟିକାକୁ ନେଇ ଉଭୟ ଦେଶର ଆଭିମୁଖ୍ୟ, ପରିବେଶ ସମ୍ପର୍କିତ କିଛି କଥା ଆଲୋଚନା କରିପାରନ୍ତି ଦୁଇ ଶକ୍ତିଶାଳି ଦେଶ ।