କନକ ବ୍ୟୁରୋ: ଦେଶରେ କରୋନା ବିପଦ ଏବେ ବି ଟଳିନାହିଁ, ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । ମୁହଁରେ ମାସ୍କ ପିନ୍ଧିବା , ସାମାଜିକ ଦୂରତା ରଖିବା, ହାତକୁ ବାରମ୍ବାର ଧୋଇବା ଦ୍ୱାରା ହିଁ କରୋନା ସହ ଲଢେଇ କରିପାରିବା ବୋଲି କହିଛନ୍ତି ମୋଦି । କରୋନା ସହ ଆମକୁ ପୁରା ସତର୍କତାର ସହ ଲଢିବାକୁ ପଡିବ । କାରଗିଲ ବିଜୟ ଦିବସ ଅବସରରେ ଦେଶର ବୀର ଯବାନଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ କି ବାତ୍ କାର୍ଯ୍ୟକ୍ରମମୋଦି କହିଛନ୍ତି, ଏହି ସମୟରେ ଭାରତ ପାକିସ୍ତାନ ସହ ମିତ୍ରତା ଚାହୁଁଥିଲା, କିନ୍ତୁ ଇସଲାମାବାଦ ଯୁଦ୍ଧ କରିବାକୁ ଦୁଃସାହସ କରିଥିଲା । ଯେଉଁ ପରିସ୍ଥିତିରେ ଯୁଦ୍ଧ ହୋଇଥିଲା ତାକୁ ଭାରତ କେବେ ବି ଭୁଲିପାରିବନାହିଁ । ମିତ୍ରତାର ଜବାବରେ ପାକିସ୍ତାନ ପଛପଟୁ ଛୁରୀ ଭୁଷିବାକୁ ଉଦ୍ୟମ କରିଥିଲା । କାରଗିଲ ଯୁଦ୍ଧ ସମୟରେ ଅଟଳଙ୍କ ବାଣୀକୁ ମନେପକାଇବାକୁ ସେ ଅପିଲ କରିଛନ୍ତି ।
#WATCH Defence Minister Rajnath Singh, MoS Defence Shripad Naik and three service chiefs pay tribute at the National War Memorial on the 21st anniversary of India's victory in the Kargil War pic.twitter.com/bN0ZkZxD8e
— ANI (@ANI) July 26, 2020
ଆଜି କାର୍ଗିଲ ବିଜୟ ଦିବସ । କାର୍ଗିଲ ବିଜୟକୁ ପୁରିଲା ୨୧ ବର୍ଷ । ଏହି ଅବସରରେ ଦିଲ୍ଲୀର ୱାର ମୋମୋରିଆଲ୍ରେ ସହିଦ ଜବାନଙ୍କ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ତିନି ସେନା ମୁଖ୍ୟ ୱାର ମେମୋରଆଲ ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ୧୯୯୯ ଜୁଲାଇ ମାସର ଆଜିର ଦିନରେ ଭାରତୀୟ ସେନା ହିମାଳୟର ଉଚ୍ଚ ଘାଟିର ଲଢେଇରେ ପାକିସ୍ତାନକୁ ପାନେ ଚଖେଇଥିଲା । ଯାହା ଇତିହାସରେ ଚିରକାଳ ଲେଖା ହୋଇ ରହିବ । ଏହି ବିଜୟ ସହିତ ହିମାଳୟର ଉଚ୍ଚ ପାହାଡରେ ପୁଣି ଉଡିଥିଲା ତ୍ରିରଙ୍ଗା । ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତର ସୀମାରେ ପଶି ଦଖଲ କରିଥିବା ସମସ୍ତ ଘାଟିକୁ ପୁଣି ଥରେ ମୁକ୍ତ କରିଥିଲା ଭାରତୀୟ ସେନା । ଷାଠିଏ ଦିନ ଯାଏଁ ଚାଲିଥିଲା କାର୍ଗିଲ ଯୁଦ୍ଧ । କାରଗିଲ ଯୁଦ୍ଧ ଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଚତୁର୍ଥ ଘୋଷିତ ଯୁଦ୍ଧ । ଏହି ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଆଜି କାର୍ଗିଲ ବିଜୟ ଦିବସକୁ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ।