ଦୁନିଆର ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ସ୍ଥାନ ପାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ୪ର୍ଥ ପାଇଁ ତାଲିକାରେ ସ୍ଥାନ ପାଇଲେ ମୋଦି

202

କନକ ବ୍ୟୁରୋ : ଦୁନିଆ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ସ୍ଥାନ ପାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଭିନେତା ଆୟୁଷ୍ମାନ ଖୁରାନା । ଆଉ ଏହି ତାଲିକାରେ ସାମିଲ ହୋଇଛନ୍ତି ଶାହୀନବାଗ ଆନ୍ଦୋଳନର ଚେହେରା ବନିଥିବା ବିଲକିସ ବାନୋ । ଟାଇମ ମାଗାଜିନ ଦ୍ୱାରା ପ୍ରକାଶିତ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଥାନ ମିଳିଛି । ଜଣେ ମାତ୍ର ଭାରତୀୟ ରାଜନେତା ଭାବେ ମୋଦିଙ୍କ ନାଁ ଏହି ତାଲିକାରେ ସ୍ଥାନ ପାଇଛି । ୨୦୧୪ରୁ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଚତୁର୍ଥ ଥର ପାଇଁ ଏହି ତାଲିକାରେ ସ୍ଥାନ ପାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମେରିକୀୟ ନେତା କମଲା ହ୍ୟାରିସ, ଜୋ ବିଡେନ, ବ୍ରିଟେନ ରାଜନେତା ଏଞ୍ଜେଲା ମର୍କେଲ, ନେନସି ପୋଲଂସୀ ପରି ଅନେକ ବଡ ନେତାଙ୍କ ନାଁ ରହିଛି ଏହି ତାଲିକାରେ । ସେହିପରି ବଡ ସଫଳତା ହାସଲ କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । ଜଣେ ମାତ୍ର ଭାରତୀୟ ଅଭିନେତା ଭାବେ କଳାକାର କ୍ୟାଟେଗୋରୀରେ ସେ ସ୍ଥାନ ପାଇଛନ୍ତି । ଟାଇମ ମାଗାଜିନର ୧୦୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଆୟୁଷ୍ମାନ ଖୁରାନା ମଧ୍ୟ ନିଜ ନାଁକୁ ସାମିଲ କରାଇଛନ୍ତି । ଏନେଇ ଆୟୁଷ୍ମାନ ନିଜେ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି । ଆୟୁଷ୍ମାନ ଜଣେ ମାତ୍ର ଅଭିନେତା ଯିଏ ଚଳିତବର୍ଷ ଏହି ସଫଳତା ନିଜ ନାଁରେ କରିଛନ୍ତି । ସେପଟେ ଶାହୀନ ବାଗ ଆନ୍ଦୋଳନର ଚେହେରା ବନିଥିବା ବିଲକିସ ବାନୋ ବି ସାମିଲ ହୋଇଛନ୍ତି ।