କନକ ବ୍ୟୁରୋ : ମୋଦିଙ୍କ ମିଶନ କାଶୀ । ଆଜି ନିଜ ଲୋକସଭା ନିର୍ବାଚନମଣ୍ଡଳୀ ବାରଣାସୀ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଆଜି ନିଜ ନିର୍ବାଚନମଣ୍ଡଳୀରେ ୨୧ଶହ ୩୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିବେ । ଏଥି ମଧ୍ୟରେ ରହିଛି କ୍ୟାନସର ହସପିଟାଲ । ରାଜନୈତିକ ଦୃଷ୍ଟିକୋଣକୁ ବି ମୋଦିଙ୍କ ଏହି ଗସ୍ତକୁ ଗୁରୁତ୍ୱ ଦିଆଯାଉଛି । ଗୋଟିଏ ମାସରେ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ତୃତୀୟ ଉତ୍ତରପ୍ରଦେଶ ଗସ୍ତ ।
ପାଖାପାଖି ସାଢ଼େ ୩ ଘଂଟାରେ ପ୍ରଧାନମନ୍ତ୍ରୀ ୨୧ଶହ ୩୦ କୋଟିର ୩୧ଟି ପ୍ରକଳ୍ପର ଲୋକାର୍ପଣ ଓ ୩ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରକଳ୍ପରେ ବିଏଚୟୁରେ ସେଣ୍ଟ୍ରାଲ ଡିସକଭରି ସେଣ୍ଟର, ସ୍ମାର୍ଟ ସିଟି ଇଂଟିଗ୍ରେଟେଡ୍ କମାଣ୍ଡ ସେଂଟର, ମାନ ମହଲ ମ୍ୟୁଜିୟମ୍ ପ୍ରମୁଖ ଅଛି । ଏହାପରେ ସହର ଠାରୁ ଦୂର ଔଢ଼େ ଗାଁରେ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଯିବେ ।
ମୋଦି ଗଙ୍ଗା ତଟରେ ମଣିକର୍ଣ୍ଣିକା ଓ ଲଳିତା ଘାଟରୁ କାଶୀ ବିଶ୍ୱନାଥ ମନ୍ଦିର ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା କରିଡରର ଶିଳାନ୍ୟାସ ବଦଳରେ ଭୂମି ପୂଜନ କରିବେ । ବିଧି-ବିଧାନରେ ପୂଜନ ହେବା ସହିତ ପ୍ରଥମ ଚରଣର ନିର୍ମାଣ କାର୍ଯ୍ୟ ତତ୍କାଳ ଆରମ୍ଭ କରିଦିଆଯିବ । ଏହାର ଦାୟିତ୍ୱ ଶାସନ ସ୍ତରରେ ରାଜକୀୟ ନିର୍ମାଣ ନିଗମକୁ ଦିଆଯାଇଛି । କରିଡର ପାଇଁ ୨୨୯ ଭବନ କିଣାଯାଇସାରିଛି ଏବଂ ୧୮୦ ଭବନର ଚିହ୍ନଟ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/MODI-2.jpg)
/kanak/media/post_attachments/wp-content/uploads/2019/02/download-30.jpg)