କେଦାରନାଥରେ ପହଞ୍ଚି ବାବାଙ୍କ ରୁଦ୍ରାଭିଷେକ କଲେ ପ୍ରଧାନମନ୍ତ୍ରୀ, ବିଶ୍ୱ ଶାନ୍ତି ପାଇଁ କଲେ ପ୍ରାର୍ଥନା

ଆଦି ଶଙ୍କରାଚାର୍ଯ୍ୟ ୧୨ ଫୁଟ ମୂର୍ତ୍ତି ଉନ୍ମୋଚନ । ଡିଜିଟାଲ ପ୍ଲାଟ ଫର୍ମରେ ଯୋଡି ହେଲା ଚାରିଧାମ । ପୁରୀରେ ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

128

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର କେଦାନର ନାଥ ଗସ୍ତରେ ଅଛନ୍ତି । କେଦାରନାଥଙ୍କ ଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଫୁଟ ଉଚ୍ଚ ଓ ୩୫ ଟନ ଓଜନର ଆଦି ଶଙ୍କାରାଚାର୍ଯ୍ୟଙ୍କ ମୂର୍ତ୍ତି ଉେନ୍ମୋଚନ କରିଛନ୍ତି । ଏହାସହ ସେ ଶଙ୍କରାଚାର୍ଯ୍ୟ ସମାଧିସ୍ଥଳର ଲୋକାର୍ପଣ କରିଥିଲେ । ୨୦୧୩ ପ୍ରାକୃତିକ ବିପର୍ଯ୍ୟୟରେ ଏହି ସ୍ଥାନ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରଧାନମନ୍ତ୍ରୀ ହେବା ପରେ ସେ ପଞ୍ଚମ ଥର ଲାଗି ଏହି ତୀର୍ଥସ୍ଥଳ ଗସ୍ତ କରିଛନ୍ତି । କୋଦାରନାଥରେ ପଂହଚି ସେ ପ୍ରଥମେ ମନ୍ଦିରକୁ ଯାଇଥିଲେ । ମନ୍ଦିର ପରିକ୍ରମା ଓ ଆରତୀ କରିବା ପରେ ଗର୍ଭଗୃହରେ ପଶି ସେ ବାବାଙ୍କ ରୁଦ୍ରାଭିଷେକ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ଗସ୍ତକୁ ଦେଖିବା ପାଇଁ ଦେଶର ବିଭିନ୍ନ ଶିବ ମନ୍ଦିରରେ ବ୍ୟବସ୍ଥା କରାଯାଇଥିଲା । ଚାରିଧାନ ସହ ଏହି ଗସ୍ତକୁ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ କରିବାକୁ ୮୭ଟି ଶିବ ମନ୍ଦିରରେ ଏଲଇଡି ଲଗାଯାଇଛି । ଏହାଛଡା ନୂଆ କେଦାରପୁରୀ ଅଂଚଳର ବି ଉଦଘାଟନ କରିବେ ନରେନ୍ଦ୍ର ମୋଦୀ । ୨୦୧୩ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋଦି କେଦାରନାଥ ଯିବାକୁ ଇଛାପ୍ରକାଶ କରିଛନ୍ତି । କିନ୍ତୁ ସେତେବେଳେ ସେମାନଙ୍କୁ ଅନୁମତି ମିଳିନଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପରେ ସେ ନିୟମିତ ଭାବେ କେଦାରନାଥ ଗସ୍ତ କରିଛନ୍ତି ଓ କୋଟି କୋଟି ଟଙ୍କା ଖର୍ଚ୍ଚରେ ନୂଆ କେଦାରପୁରୀ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ।

ସେପଟେ, କେଦାରନାଥ ମନ୍ଦିର ଓ ପାଶ୍ୱବର୍ତ୍ତୀ ଅଂଚଳର ପୁନବିନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସାମାଧି ଲୋକାର୍ପଣ କରାଯିବ । ସମସ୍ତ ଭକ୍ତଙ୍କୁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ । ଏହି ଅବସରରେ ଚାରିଧାମରେ ଭିଡିଓ କନଫରେନ୍ସି ମାଧ୍ୟମରେ କାର୍ଯ୍ୟକ୍ରମକୁ ସଂଯୋଜିତ କରାଯିବ । ଆଜି

ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତ ସମ୍ବିତ ପାତ୍ର, ରାଜ୍ୟ ଉପସଭାପତି ଲତିତେନ୍ଦୁ ବିଦ୍ୟାଧାର ମହାପାତ୍ର, ପୁରୀ ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସଦାଶିବ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିପିଲି ବ୍ଲକର କମକନ୍ତିଆ ଗ୍ରାମକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।