ପ୍ରଭୁ ଶ୍ରୀରାମଙ୍କ ଭୂମିପୂଜନ ପାଇଁ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ: ଭୂମିପୂଜନ କରିବା ପୂର୍ବରୁ ପ୍ରଥମେ ହନୁମାନଗଡ଼ିରେ ପହଁଚି ମହାବୀରଙ୍କ ଆଳତୀ କଲେ ମୋଦି

Advertisment
ପ୍ରଭୁ ଶ୍ରୀରାମଙ୍କ ଭୂମିପୂଜନ ପାଇଁ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ: ଭୂମିପୂଜନ କରିବା ପୂର୍ବରୁ ପ୍ରଥମେ ହନୁମାନଗଡ଼ିରେ ପହଁଚି ମହାବୀରଙ୍କ ଆଳତୀ କଲେ ମୋଦି

କନକ ବ୍ୟୁରୋ: ଆଜି ରାମ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବପ୍ରଥମେ ହନୁମାନଗଡ଼ି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି।

୧୦ମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରକୁ ଆଜି ବିଶୋଧନ କରାଯାଇଥିଲା। ସ୍ବତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୯: ୩୦ରେ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିଲେ। ଲକ୍ଷ୍ନୌରେ ଅବତରଣ କରିବା ପରେ ହେଲିକପ୍ଟର୍ ଯୋଗେ ଅଯୋଧ୍ୟାରେ ପହଞ୍ଚିଥିଲେ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିପ୍ୟାଡ୍‌ରେ ତାଙ୍କୁ ସ୍ବାଗତ କରିଥିଲେ। କିଛି ସମୟ ପୂର୍ବରୁ ଅଯୋଧ୍ୟା ଭୂମିପୂଜନକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟୁଇଟ୍‌ କରି ଧନ୍ୟବାଦ ଜ୍ଞାପନ କରିଥିଲେ। ଅଯୋଧ୍ୟା ହନୁମାନଗଡ଼ି ମନ୍ଦିରରେ ପ୍ରଧାମନ୍ତ୍ରୀଙ୍କୁ ମୁକୁଟ ଉପହାର ପ୍ରଦାନ କରାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ରାମ ଜନ୍ମଭୂମି ମନ୍ଦିର ନିର୍ମାଣସ୍ଥଳକୁ ଯାଇ ମନ୍ଦିର ନିର୍ମାଣ ପାଇଁ ରୌପ୍ୟ ଇଟାରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆତିଦ୍ୟନାଥ ଅଯୋଧ୍ୟାରେ ପହଞ୍ଚି ଆୟୋଜନ ତଦାରଖ କରିଥିଲେ। ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ, ଉମା ଭାରତୀ, ଯୋଗ ଗୁରୁ ରାମଦେବ, ରାଷ୍ଟ୍ରୀୟ ସ୍ବୟଂ ସେବକ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉତ୍ସବସ୍ଥଳୀରେ ଉପସ୍ଥିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe