ମେ’ ୩ ପରେ କ’ଣ ହେବ? ତାଲାବନ୍ଦର ଅବଧି ବଢ଼ିବ ନା’ ଉଠିବ? ଏନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା: କରୋନା ମୁକାବିଲାର ପରବର୍ତ୍ତୀ ଦିଗ ସଂପର୍କରେ ହୋଇପାରେ ନିଷ୍ପତି

999

କନକ ବ୍ୟୁରୋ: ମେ’ ୩ ତାରିଖ ତାଲା ବନ୍ଦ ପରେ କ’ଣ ହେବ? ତାଲା ବନ୍ଦର ଅବଧି ବଢ଼ିବ ନା’ ତାଲା ବନ୍ଦ ଉଠିବ? ଏହାକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା । ଆଉ ଏହାରି ଭିତରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେ ଏହି ଆଲୋଚନାରେ ମୁଖ୍ୟତଃ ୩ରୁ ୪ଟି ପ୍ରସଙ୍ଗ ଉପରେ ବିଶେଷ ଭାବରେ ଚର୍ଚ୍ଚା ହେଉଛି । ରାଜ୍ୟ ମୁଖ୍ୟତଃ ୪ଟି ପ୍ରସଙ୍ଗ ଉପରେ ଫୋକସ କରିଛି ।

ତାଲାବନ୍ଦ ଅବଧି ବଢିବ କି ନାହିଁ , ପ୍ରବାସୀ ଓଡିଆଙ୍କ ସମସ୍ୟା , କରୋନା ମୁକାବିଲା ପାଇଁ ଅନୁଦାନ ଓ ରାଜ୍ୟର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେଉଛି । ଏଥିରେ ଓଡିଶା ସମେତ ମେଘାଳୟ, ମିଜେରାମ, ପୁଡୁଚେରୀ, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ଗୁୃଜରାଟ ଓ ହରିୟାଣାର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ତେବେଏକାଧିକ ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍କୁ ବଢ଼ାଇବାକୁ ପ୍ରସ୍ତାବ ପୂର୍ବରୁ ଦେଇସାରିଛନ୍ତି । ତେବେ ଆଜି ଏଦିଗରେ କ’ଣ ନିଷ୍ପତି ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।