ଭାରତରେ ନିବେଶ କରିବାକୁ ଆମେରିକୀୟ ଉଦ୍ୟୋଗପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ । କହିଲେ ଦେଶରେ ଅଛି ନିବେଶର ପର୍ଯ୍ୟାପ୍ତ ସୁଯୋଗ

234

କନକ ବ୍ୟୁରୋ : ଭାରତରେ ନିବେଶ କରିବାକୁ ଆମେରିକୀୟ ନିବେଶକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ । ଆମେରିକା-ଭାରତ ବ୍ୟବସାୟ ପରିଷଦ ଦ୍ୱାରା ଆୟୋଜିତ ଇଣ୍ଡିଆ ଆଇଡିଆ ସମ୍ମିଳନୀ ୨୦୨୦କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି ଭାରତରେ ନିବେଶର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଭାରତରେ ଉଭୟ ଦକ୍ଷ ମାନବ ସମ୍ବଳ ଓ ବିରାଟ ବଜାର ରହିଛି । ତେଣୁ ନିବେଶ ପାଇଁ ଭାରତ ଉପଯୁକ୍ତ ସ୍ଥାନ ।

ନିବେଶକମାନେ ଭାରତରେ କୃଷି, ପ୍ରଯୁକ୍ତି, ଶକ୍ତି, ଭିତିଭୂମି, ପ୍ରତିରକ୍ଷା, ମହାକାଶ ଓ ବୀମା ପରି କ୍ଷେତ୍ରରେ ନିବେଶ କରିବାକୁ ସେ ଆହ୍ୱାନ କରିଛନ୍ତି । ମୋଦି କହିଛନ୍ତି ଯେ, ବିଶ୍ୱ ଏବେ ଭାରତକୁ ଆଶାଜନକ ନଜରରେ ଦେଖୁଛି । କରୋନା ଭଳି ସ୍ଥିତିରେ ମଧ୍ୟ ଭାରତକୁ ୨୦ ବିଲିୟନ ଡଲାରର ବିଦେଶୀ ନିବେଶ ଆସିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ଓ ଆମେରିକା ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର, ତେଣୁ ସ୍ୱାଭାବିକ ଭାବେ ଉଭୟ ଦେଶ ପରସ୍ପରର ଅଂଶୀଦାର । ତେଣୁ ଉଭୟ ଦେଶକୁ ମିଳିତ ଭବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧନରେ କହିଛନ୍ତି ।