ଆଜି ରଙ୍ଗର ପର୍ବ ହୋଲି । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ରଙ୍ଗର ପର୍ବ ହୋଲି । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

New Delhi: Prime Minister Narendra Modi waves to the cheering crowd as he walks along the Rajpath to greet the people after the Republic Day parade, in New Delhi on Jan 26, 2018. Modi, was attired in churidar-kameez coupled with a jacket, sported a traditional turban with a long flowing end. He waved to the crowds on one side and then moved to the other. (Photo: IANS/PIB)

ଆଜି ହୋଲି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହିନ୍ଦୀ ଭାଷାରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ହୋଲି ଉପଲକ୍ଷେ ଆପଣମାନଙ୍କୁ ଅନେକ ଶୁଭକାମନା । ଆନନ୍ଦ, ଉଦ୍ଦୀପନା, ହର୍ଷ ଓ ଉଲ୍ଲାସର ଏହି ଉତ୍ସବ ପ୍ରତ୍ୟେକଙ୍କ ଜୀବନରେ ନୂଆ ଉତ୍ସାହ ଓ ଶକ୍ତି ସଞ୍ଚାର କରୁ ।

ଉଲ୍ଲେଖଯୋଗ୍ୟ, ବ୍ୟାପକ କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସମେତ ଦେଶର କେତେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଲି ଅବସରରେ ଜନସମାଗମ ଉପରେ ନିଷେଧାଜ୍ଞା ଜାରି କରାଯାଇଛି । ବିଶେଷଜ୍ଞ ଏବଂ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନେ ସତର୍କ କରାଇ କହିଛନ୍ତି ଯେ, ଯଦି ଲୋକେ କୋଭିଡ୍‌-୧୯ ନିୟମ ଅନୁସରଣ ନ କରନ୍ତି, ‘ହୋଲି’ ଓ ‘ଶାବ୍‌-ଏ-ବରାତ୍‌’ ଭଳି ଉତ୍ସବାନୁଷ୍ଠାନ ‘ସୁପର୍‌ସ୍ପ୍ରେଡର୍‌’ ପାଲଟିଯିବ । ଗୁଜରାଟ ଏବଂ ଓଡ଼ିଶାରେ ହୋଲି ଅବସରରେ ସର୍ବସାଧାରଣ ସ୍ଥାନରେ ଜନସମାଗମ ଉପରେ ନିଷେଧାଦେଶ ଜାରି କରାଯାଇଥିଲେ ମଧ୍ୟ କଟକଣା ସହ ପ୍ରଥାମତେ ପାରମ୍ପରିକ ହୋଲି ପାଳନ କରିବାକୁ ଅନୁମତି ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe