ଯଦି ମୁଁ ମଧ୍ୟ କୌଣସି ଭୁଲ୍ କରୁଛି ତେବେ ଏଭଳି ଦୃଢ ମନ୍ତବ୍ୟ ରଖନ୍ତୁ ଯେଉଁଥିରେ ମୋ ଘରେ ମଧ୍ୟ ଚଢାଉ ହେବ : ପ୍ରଧାନମନ୍ତ୍ରୀ ମୋଦି

717

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ । ଛାପେମାରୀର ଏକ ପ୍ରଶ୍ନରେ ପ୍ରଧାନମନ୍ତ୍ରୀ କହିଥିଲେ ଯଦି ସେ ବି କୌଣସି ଭୁଲ୍ କରନ୍ତି ତେବେ ଏଭଳି ଭାବେ କଥା ରହିବା ଦରକାର ଯେଉଁଥିରେ ତାଙ୍କ ଘରେ ମଧ୍ୟ ଚଢାଉ ହେବ । ମୋଦି କହିଥିଲେ ଗଣମାଧ୍ୟମ ପ୍ରଶ୍ନ କରୁଛନ୍ତି ଯେ କାହିଁକି କଂଗ୍ରେସିଙ୍କ ଘରେ ହିଁ ରେଡ୍ ପଡେ? ଯେ ଚୋରୀ କରେ ତାଙ୍କ ଘରକୁ ହିଁ ପୋଲିସ୍ ଯାଏ ନା । ଏହା ହେଉଛି ସେହି ନୋଟତନ୍ତ୍ର ଯାହାର ମୋହରେ କଂଗ୍ରେସ ଏବଂ କଂଗ୍ରେସବାଲାଙ୍କ ଘରେ ରେଡ୍ ପଡେ । ଏହି ନୋଟତନ୍ତ୍ରକୁ ଛିନ୍ନ-ଭିନ୍ନ କରିବାର କାମ ଏହି ଚୌକିଦାର କରିଛି । ଏବେ କେହିବି କଳାଧନ ରଖିବାକୁ ଚେଷ୍ଟା କଲେ ଧରାପଡିଯାନ୍ତି । ପ୍ରଥମେ ଏଭଳି କିଛି ହେଉନଥିଲା କିନ୍ତୁ ନୋଟବନ୍ଦୀ ପରେ ଏହାର ପ୍ରଭାବ ପଡିଲା ।

ମୋଦି କହିଥିଲେ ଯେ ଗତ କିଛି ବର୍ଷ ହେଲା ମୋ ଉପରେ ଅନେକ ଅଭିଯୋଗ ଲଗାଯାଇଛି । ଯାହାକୁ ପବନ କରିଦିଆଯାଇଥିଲା । ଯଦି ଆପଣ ଖୋଜିବାକୁ ବାହାରିବେ ତେବେ ମୋ ବିରୁଦ୍ଧରେ ଲକ୍ଷ ଲକ୍ଷ ପେଜ୍ ଆପଣଙ୍କୁ ମିଳିଯିବ । ଗୁଜୁରାଟରେ ମୋ ଉପରେ ଅଧିକ ଅତ୍ୟାଚାର ହୋଇଛି କିନ୍ତୁ ଜନତା ମୋ ସପକ୍ଷରେ ରହିଛନ୍ତି । ଯେଭଳି ଭାବେ ସେମାନେ ଚୌକିଦାରକୁ ଚୋର କହିଥିଲେ ଏଥିପାଇଁ ମୁଁ ସାମ୍ନାକୁ ଆସି ଏହାର ଉତ୍ତର ଦେବାକୁ ଠିକ୍ ଭାବିଥିଲି । ଯାହା ଆଗକୁ ସିମ୍ବଲ୍ ହିସାବରେ ସାମ୍ନାକୁ ଆସିଥିଲା ।