କନକ ବ୍ୟୁରୋ : ଦେଶରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ହସ୍ପିଟାଲ ବେଡ୍ ଅଭାବ, ଆକ୍ରାନ୍ତଙ୍କୁ ଚିକିତ୍ସାରେ ଅବହେଳା ଓ ଅକ୍ସିଜେନର ଅଭାବ ଭଳି ଖବର ସବୁ ସାମ୍ନାକୁ ଆସିବାରେ ଲାଗିଛି । ତେଣୁ ଦେଶରେ କରୋନା ସ୍ଥିତି ଓ ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତିଭୂମିର ସମୀକ୍ଷା କରିବାକୁ ଜରୁରୀ ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୁଛନ୍ତି ୩ଟି ଜରୁରୀ ବୈଠକ
- ପ୍ରଥମେ ଦେଶର ବରିଷ୍ଠ ଅଧିକାରୀଙ୍କ ସହ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି
- ଏହାପରେ ୧୦ଟି ସର୍ବାଧିକ ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଚାଲିଛି ଆଲୋଚନା
- ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ
- କେରଳ, ରାଜସ୍ଥାନ, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା
- ଦିଲ୍ଲୀ, ମଧ୍ୟପ୍ରଦେଶ, ଗୁଜରାଟ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଚର୍ଚ୍ଚା
- ଦିନ ସାଢେ ୧୨ଟାରେ ଦେଶର ଅକ୍ସିଜେନ୍ ଉତ୍ପାଦକଙ୍କ ସହ କରିବେ ବୈଠକ
- ବିଭିନ୍ନ ଭାଗରେ ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ଯୋଗାଇଦେବାରେ ସଂକଟ ସୃଷ୍ଟି ହୋଇଛି
- ଅକ୍ସିଜେନ ଅଭାବ ଦେଖାଦେଇଥିବା ରାଜ୍ୟଙ୍କୁ ତୁରନ୍ତ ଯୋଗାଇ ଦେବାକୁ ହେବ ନିଷ୍ପତ୍ତି