କନକ ବ୍ୟୁରୋ : ୟୁକ୍ରେନରୁ ଏୟାରଲିଫ୍ଟ ହେବେ ଭାରତୀୟ । ଏଥିପାଇଁ ଭାରତୀୟ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏୟାରଲିଫ୍ଟ କରିବା ପାଇଁ ଅପରେସନ ଗଙ୍ଗାରେ ସାମିଲ ହେବ ହେବ ସି-୧୭ ବିମାନ । ୟୁକ୍ରେନରେ ପରିସ୍ଥିତି ଧିରେଧିରେ ଗମ୍ଭୀର ହେବାରେ ଲାଗିଥିବାବେଳେ ସେଠାରେ ଫସିଥିବା ନାଗରିକଙ୍କୁ ନେଇ ଚିନ୍ତିତ ହୋଇପଡିଛନ୍ତି ଭାରତ ସରକାର । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ରାଷ୍ଟ୍ରପତି ରାମନାଧ କୋବିନ୍ଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୟୁକ୍ରେନର ସ୍ଥିତି ସଂପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରିଛନ୍ତି ମୋଦୀ । ଏପରିକି ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସରକାର କଣସବୁ ପଦକ୍ଷେପ ନେଇଛନ୍ତି, ସେ ବାବଦରେ ଅବଗତ କରାଇଥିବା ଜଣାପଡିଛି ।