ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଭୁବନେଶ୍ୱର ବିମାନବନ୍ଦରରେ ସମୀକ୍ଷା ପରେ ଯିବେ ବାତ୍ୟାଂଚଳ

183

କନକ ବ୍ୟୁରୋ : ଓଡ଼ିଶାରେ ପ୍ରଧାନମନ୍ତ୍ରୀ । ବାତ୍ୟା ୟାସ’ କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ବିମାନ ରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଛନ୍ତି । ବିମାନବନ୍ଦର ପରିସରରେ ହିଁ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ତାଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ତାଙ୍କୁ ସ୍ବାଗତ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଆସିଛନ୍ତି।

ଏହି ବୈଠକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ପଦାଧିକାରୀ ମାନେ ପହଂଚି ସାରିଛନ୍ତି । ବୈଠକ ପରେ ଦିନ ୧୨ ଟା ୧୦ରୁ ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ବାଲେଶ୍ୱର ଭଦ୍ରକର ସ୍ଥିତି ଆକାଶ ମାର୍ଗରୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ବାତ୍ୟାଂଚଳ ଦେଖିବା ସହ ସ୍ଥିତିର ସମୀକ୍ଷା କରିବେ ନରେନ୍ଦ୍ର ମୋଦୀ । ଏହା ପରେ ପଶ୍ଚିମବଂଗ ଯାଇ ସେଠାରେ ମଧ୍ୟ ବାତ୍ୟା ସ୍ଥିତି ଅନୁଧ୍ୟାନ କରିବେ ପ୍ରଧାନମନ୍ତ୍ରୀ ।