ଜାପାନର ଓସାକରେ ୨୮-୨୯ ଜୁନ୍ କୁ ହେବାକୁ ଯାଉଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳୁ ଜାପାନ ପହଁଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଷଷ୍ଠଥର ପାଇଁ ଏହି ବୈଠକରେ ସାମିଲ୍ ହୋଇଛନ୍ତିି । ଭାରତ ଏବେ ପର୍ଯ୍ୟନ୍ତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଆସିଛି । ମୋଦି ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଋଷ୍ ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍ ସମେତ ଅନେକ ରାଷ୍ଟ୍ରର ଅଧ୍ୟକ୍ଷଙ୍କ ସହ ସାକ୍ଷାତ କରିବେ ।
ଜାପାନ୍ -ଆମେରିକା-ଭାରତ ତ୍ରିପକ୍ଷୀୟ ସମୂହ ଜେଏଆଇ ର ବୈଠକରେ ମଧ୍ୟ ସାମିଲ୍ ହେବେ ମୋଦି :
ଜି-୨୦ ଶିଖର ସମ୍ମିଳନୀରେ ମୋଦି,ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏବଂ ଋଷ୍ ରାଷ୍ଟ୍ରପତି ପୁତିନ୍ ଭାରତ-ଋଷ୍-ଚୀନ୍ ର ତ୍ରୀପକ୍ଷୀୟ ସମୂହ ଆରଆଇସି ର ବୈଠକ କରିବେ । ସୂତ୍ର ମୁତାବକ , ମୋଦି ଓସାକରେ ଏହି ବୈଠକର ଆୟୋଜନ କରିବା ପାଇଁ ଘୋଷଣା କରିଥିଲେ । ଏହାସହ ମୋଦି ଜାପାନ୍ -ଆମେରିକା-ଭାରତ ତ୍ରିପକ୍ଷୀୟ ସମୂହ ଜେଏଆଇର ବୈଠକରେ ମଧ୍ୟ ସାମିଲ୍ ହେବେ । ଜି-୨୦ ଶିଖର ସମ୍ମିଳନୀ ଅନୁସାରେ ଆୟୋଜନ କରାଯାଇଥିବା ବିଭିନ୍ନ ଯୋଜନାରେ ମୋଦି ସମ୍ମିଳିତ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/Capture-25.jpg)
/kanak/media/post_attachments/wp-content/uploads/2019/06/pm_modi_0-1-300x169.jpeg)