କନକ ବ୍ୟୁରୋ: ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠନ ହେବାର ସ୍ମୃତିକୁ ଉଜାଗର ରଖି ପ୍ରତିବର୍ଷ ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି । ୧୯୩୬ ରେ ଭାଷା ଭିତ୍ତିରେ ବ୍ରିଟିଶ ଶାସନ ଅଧିନରେ ଏକ ରାଜନୈତିକ ପୃଥକ ରାଜ୍ୟ ଗଠନ ହେବାର ପ୍ରୟାସ କରାଗଲା ।ଏହି ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍କଳ ଦିବସ ଅବସରରେ ଓଡିଶାର ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ‘ଏହି ରାଜ୍ୟର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ୟ୍ୟ, ସ୍ଥାପତ୍ୟ, ହସ୍ତଶିଳ୍ପ ଏବଂ ନୃତ୍ୟ କଳା ପାଇଁ ଦେଶ ଗର୍ବିତ ଯାହା ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଅନନ୍ତ ବାର୍ତ୍ତା ଦେଇଛି’ । ରାଷ୍ଟ୍ରପତି ଆହୁରି ମଧ୍ୟ ଲେଖିଛନ୍ତି, "ଓଡିଶାର ନିରନ୍ତର ବିକାଶ ପାଇଁ ମୋର ଶୁଭେଚ୍ଛା’।
उत्कल दिवस पर सभी को, विशेषकर ओडिशा के लोगों को बधाई। मानवता को प्रेम और शांति का शाश्वत संदेश देने वाली इस भूमि की अद्वितीय सांस्कृतिक विरासत, प्राकृतिक सौंदर्य, वास्तुकला, हस्त कला तथा नृत्य कला पर देश को गर्व है।ओडिशा के निरंतर विकास के लिए मेरी शुभकामनाएं।
— President of India (@rashtrapatibhvn) April 1, 2021
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଖୁସି ଓ ସୁସ୍ଥ ଜୀବନ କାମନା କରିଛନ୍ତି । ଏହା ସହ ଓଡିଶାର ଅନନ୍ୟ ସଂସ୍କୃତିକୁ ଶତତ ସମ୍ମାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
Greetings on the special occasion of Utkala Dibasa. I bow to the unique culture of Odisha. The people of Odisha have contributed immensely to India’s progress. May the people of the state be blessed with happiness and good health.
— Narendra Modi (@narendramodi) April 1, 2021