‘ହୁ’ ମୁଖ୍ୟଙ୍କୁ ମିଳିଲା ନୂଆ ଗୁଜରାଟି ନାଁ: ଟେଡରସ ଆଧାନମଙ୍କୁ ତୁଳସୀ ଭାଇ ବୋଲି ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

140

କନକ ବ୍ୟୁରୋ: ହୁ ନିର୍ଦ୍ଦେଶକଙ୍କୁ ଗୁଜୁରାତି ନା ଦେଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀ ହୁ ନିର୍ଦ୍ଦେଶକ ଟେଡରସ ଆଧାନମଙ୍କୁ ତୁଳସି ଭାଇ ନା ଦେଇଛନ୍ତି । ଏବଂ ଏଇ ନା ଶୁଣିବା ପରେ ବେସ ଖୁସି ଅନୁଭବ କରିଥିବେ ଟେଡରସ ଆଧାନମ । ସେହିପରି ଗୁଜୁରାତ ମାଟିରେ ପହଂଚି ନିଜକୁ ଗର୍ବିତ ଅନୁଭବ କରିଥିବା କହିଲେ ହୁ ନିର୍ଦ୍ଦେଶକ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡରସ ଆଧାନମଙ୍କୁ ଗୁଜୁରାତି ନାଁ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁ ମୁଖ୍ୟଙ୍କୁ ତୁଳସୀ ଭାଇ ବୋଲି ନା ଦେଇଛନ୍ତି । ମୋଦୀଙ୍କ ମୁହଁରୁ ଏ ନା ଶୁଣିବା ପରେ ହୁ ମୁଖ୍ୟ ବେଶ ଖୁସି ଅନୁଭବ କରିଥିବା ଦେଖିବାକୁ ମିଳିଛି ।

ହୁ ମୁଖ୍ୟଙ୍କୁ ଗୁଜୁରାତି ନା ‘ତୁଳସୀ ଭାଇ’ ଦେବା ପଛର କାରଣ କହିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ତୁଳସୀ ଏକ ଏମିତି ଗଛ ଯେ ଭାରତରେ ଆଧ୍ୟାତ୍ମିକ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଆଧିକାର କରିଛି । ଏବଂ ଟେଡରସ, ମୋଦୀଙ୍କୁ କହିଥିଲେ ତାଙ୍କ ଶିକ୍ଷା ପଛରେ ଭାରତୀୟ ଶିକ୍ଷକଙ୍କ ଅବଦାନ ରହିଛି, ଏବଂ ସେମାନଙ୍କ ପାଇଁ ସେ ଆଜି ଏହି ସ୍ଥାନରେ ପହଂଚିଛନ୍ତି । ସେ ପକ୍କା ଗୁଜରାତି ହୋଇଯାଇଛନ୍ତି ତେଣୁ ଏକ ଗୁଜରାତି ନାମ ଦିଆଯାଉ ବୋଲି ମୋଦୀଙ୍କୁ କହିଥିଲେ ଟେଡରସ । ଏହାପରେ ମୋଦୀ ତାଙ୍କୁ ‘ତୁଳସୀ ଭାଇ’ ନାଁ ଦେଇଥିବା କହିଛନ୍ତି । ୩ଦିନିଆ ଭାରତ ଗସ୍ତରେ ଆସି ଗାନ୍ଧୀନଗରରେ ଗ୍ଲୋବାଲ ଆୟୁଷ ଇନଭେଷ୍ଟମେଂଟ ଆଣ୍ଡ ଇନୋଭେସନ କାର୍ଯକ୍ରମରେ ଯୋଗଦେଇଛନ୍ତି ହୁ ନିର୍ଦ୍ଦେଶକ ।