ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଗା ରୋଡ ଶୋ: ହଜାର ହଜାର ସମର୍ଥକଙ୍କ ଗହଣରେ ୫୪ କିଲୋମିଟର ଚାଲିଲା ବିଜେପି ପୁଷ୍ପାଞ୍ଜଳୀ ଯାତ୍ରା

69

କନକ ବ୍ୟୁରୋ: ଗୁଜରାଟ ଅହମଦାବାଦରେ ପ୍ରଧାନମନ୍ତ୍ରୀ ମୋଦି କରୁଛନ୍ତି ମେଗା ରୋଡ ଶୋ । ପ୍ରାୟ ୫୪ କିଲୋମିଟି ଧରି ଏହି ରୋଡ ଶୋ ଚାଲିଛି । ହଜାର ହଜାର ସମର୍ଥକ, କର୍ମୀ ଓ ନେତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ଏହି ରୋଡ ଶୋ ଚାଲିଛି । ୧୪ବିଧାନସଭା କ୍ଷେତ୍ର ଦେଇ ଗଡିଛି ବିଜେପିର ଏହି ପୁଷ୍ପାଞ୍ଜଳୀ ଯାତ୍ରା । କୁହାଯାଉଛି ଏପର୍ଯ୍ୟନ୍ତର ଏହା ହେଉଛି ମୋଦିଙ୍କ ସବୁଠୁ ବିଶାଳ ରୋଡ ଶୋ । ହଜାର ହଜାର ସମର୍ଥକ ଏହି ରୋଡ଼ ସୋରେ ଯୋଗ ଦେଇଛନ୍ତି । ଏହି ରୋଡ଼ ସୋ ପୂର୍ବରୁ ମୋଦି ବିଭିନ୍ନ ସଭାରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ଏହି ରୋଡ଼ ଯାତ୍ରାରେ ପ୍ରଧାନମନ୍ତ୍ରୀ ମୋଦି ଅହମଦାବାଦର ୧୩ଟି ଓ ଗାନ୍ଧୀନଗରର ଗୋଟିଏ ନିର୍ବାଚନ କ୍ଷେତ୍ରରେ ପହଁଚିବେ । ମୋଦିଙ୍କ ଏହି ରୋଡ଼ ସୋ ଯେଉଁ ଯେଉଁ ଆସନ ଅଂଚଳ ଦେଇ ଗତି କରୁଛି ସେଗୁଡ଼ିକ ମଧ୍ୟରୁ ୨୦୧୭ରେ ୧୧ଟି ଆସନ ବିଜେପି ଜିତିଥିଲା ଓ ୩ଟି ଆସନରେ କଂଗ୍ରେସ ଜିତିଥିଲା ।ତେଣୁ ଏଥରକର ନିର୍ବାଚନ ପାଇଁ ଏହି ସବୁ ନିର୍ବାଚନ କ୍ଷେତ୍ର ବିଜେପି ପାଇଁ ବେଶ ଗୁରୁତ୍ୱବହନ କରୁଛି ।