କନକ ବ୍ୟୁରୋ: ୭୧ ହଜାର ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରା ଦେଶରେ ୪୫ଟି ସ୍ଥାନରେ ଏହି ନିଯୁକ୍ତିପତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ଭୁବନେଶ୍ୱରରେ ମଧ୍ୟ ରୋଜଗାର ମେଳା ହେବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜଗାର ମେଳାରେ ଯୋଗ୍ୟ ପ୍ରାର୍ଥୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତିପତ୍ର ବାଣ୍ଟିବେ । ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ଏମାନଙ୍କୁ ନିଯୁକ୍ତି ମିଳିବ । ଏକ ବର୍ଷରେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ କେନ୍ଦ୍ର ସରକାର ଚାକିରି ଦେବାକୁ ଲକ୍ଷ୍ୟ ରଖିଛନ୍ତି । ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ମେଳାର ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଅନୁସାରେ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଏବଂ ବିଭାଗରେ ଖାଲି ଥିବା ଅନୁମୋଦିତ ପଦବୀ ପୂରଣ ଲାଗି ମିଶନ୍ ମୋଡରେ କାମ କରାଯାଉଛି ।
ଆଜି ୭୧ ହଜାର ନିଯୁକ୍ତିପତ୍ର ବିତରଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଦେଶର ୪୫ଟି ସ୍ଥାନରେ ଆୟୋଜିତ ହେବ ରୋଜଗାର ମେଳା ।
/kanak/media/post_attachments/wp-content/uploads/2023/01/11-14.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)