କନକ ବ୍ୟୁରୋ : ଜୟଲଳିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଚେନ୍ନାଇରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜାଜୀ ହଲରେ ଶେଷ ଦର୍ଶନ କରିବା ସହ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଂଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଚେନ୍ନାଇରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରୁ କଡା ସୁରକ୍ଷା ବଳୟ ମଧ୍ୟରେ ରାଜାଜୀ ହଲରେ ପହଂଚିଥିଲେ ।

Advertisment

୨୦୧୪ ନିର୍ବାଚନରେ ସାରା ଦେଶରେ ମୋଦି ହାୱା ଥିବା ବେଳେ ଯେଉଁ କେତେ ଜଣ ଆଂଚଳିକ ନେତା ମୋଦି ହାୱାକୁ ପ୍ରତିହତ କରିବାରେ ସଫଳ ହୋଇଥିଲେ ସେମାନଙ୍କ ଭିତରେ ଅନ୍ୟତମ ଥିଲେ ଜୟଲଳିତା । ତେବେ ରାଜନୈତିକ ବିରୋଧାଭାଷ ସତ୍ୱେ ଜୟାଙ୍କ ଅନ୍ତିମ ସଂସ୍କାରରେ ପହଂଚି ଶେଷ ଦର୍ଶନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।