କନକ ବ୍ୟୁରୋ : ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆସିଛି ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିଛନ୍ତି । ବିଭିନ୍ନ କ୍ଷେତ୍ର ପାଇଁ ନୂଆ ନୂଆ ଘୋଷଣା ସହ ଆଗତ ହୋଇଛି ବଜେଟ । ଆଉ ସାଧାରଣ ଲୋକଙ୍କ ପାଇଁ ଏଭଳି ଏକ ବଜେଟ ଆଣିଥିବାରୁ ଅର୍ଥମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବଜେଟ ଆଗତ ପରେ ମୋଦୀ କହିଛନ୍ତି, ମହାମାରୀ ଭିତରେ ବିକାଶ ପାଇଁ ବିଶ୍ୱାସ ଜନ୍ମାଇଛି ଏହି ବଜେଟ । ଏହା କେବଳ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବନି ବରଂ ଦେଶକୁ ଆଗକୁ ନେବାକୁ ନୂଆ ଅବସର ସୃଷ୍ଟି କରିବ । ବିଭିନ୍ନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବ ଏହି ବଜେଟ ।
ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ଉତ୍ତରପୂର୍ବ ଅଞ୍ଚଳ ପାଇଁ ପ୍ରଥମଥର ପର୍ବତମାଳା ଯୋଜନା ଆରମ୍ଭ କରାଯାଇଛି । ଏହା ପାହାଡିଆ ଅଞ୍ଚଳରେ ଆଧୁନିକ ବ୍ୟବସ୍ଥାର ନିର୍ମାଣ କରିବ । ଏହାଛଡା କୃଷକ ମାନଙ୍କ କଲ୍ୟାଣ ପାଇଁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଯାଇଛି । ଏହାଛଡା ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗର ଗଙ୍ଗା ନଦୀ କୂଳରେ ରସାୟନମୁକ୍ତ ଫାର୍ମିଂକୁ ପୋତ୍ସାହନ ଦିଆଯିବ । ଯାହାଦ୍ୱାରା ଗଙ୍ଗା ନଦୀକୁ ରସାୟନମୁକ୍ତ କରାଯାଇପାରିବ । ଏହାସହ ଏମଏସପି ବାବଦକୁ ଚାଷୀଙ୍କୁ ୨.୨୫ ଲକ୍ଷ କୋଟି ଟଙ୍କା ଦିଆଯିବ । ଯାହା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବ । ଏହାଛଡା ଅନେକ ନୂଆ ଯୋଜନା ଅଣାଯାଇଛି ଯାହାଦ୍ୱାରା କେବଳ ବିକାଶ ନୁହେଁ ବରଂ ଯୁବବର୍ଗଙ୍କୁ ବେଶ ସୁହାଇବ ।
ବଜେଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । କହିଲେ, ଅର୍ଥବ୍ୟବସ୍ଥା ମଜବୁତ ହେବ, ନୂଆ ନିଯୁକ୍ତି ସୃଷ୍ଟି କରିବ । ମହାମାରୀ ଭିତରେ ବିକାଶ ପାଇଁ ବିଶ୍ୱାସ ଜନ୍ମାଇଛି ବଜେଟ ।
/kanak/media/post_attachments/wp-content/uploads/2022/02/1.jpg)