ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ଦ୍ୱିତୀୟ ଦିନରେ ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ପ୍ରାନସିସଙ୍କୁ କଲେ ସାକ୍ଷାତ୍

87

କନକ ବ୍ୟୁରୋ: ଇଟାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶନିବାର ଭାଟିକାନ ସିଟିରେ ପହଁଚି ପୋପ ଫ୍ରାନ୍ସିସ୍ଙ୍କୁ ଭେଟିଛନ୍ତି ପ୍ରଧନମନ୍ତ୍ରୀ । ଏହି ଅବସରରେ ପୋପ୍ଙ୍କୁ ଭେଟି ଭାରତ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି ମୋଦୀ । ଇଟାଲୀରେ ଅନୁଷ୍ଠିତ ହୋଇଥିବା ଜି-ଟ୍ୱେଂଟି ସମ୍ମିଳନୀରେ ମଧ୍ୟ ସାମିଲ୍ ହୋଇଛନ୍ତି ।

ତିନି ଦିନିଆ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜି-ଟ୍ୱେଂଟି ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ଶନିବାର ଭାଟିକାନ ସିଟିରେ ପହଁଚି ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନସିସଙ୍କୁ ଭେଟିଛନ୍ତି । ୧ ଘଂଟାର ସାକ୍ଷାତକାରରେ ପୋପଙ୍କ ସହ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୋଦୀ । ଏହାସହ ପୋପ୍ଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ ମଧ୍ୟ କରିଛନ୍ତି । କୋଭିଡ ମହାମାରୀ, ଜଳବାୟୁ ପରିବର୍ତନ, ଦାରିଦ୍ର୍ୟ ଦୁରିକରଣ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପୋପ୍ଙ୍କ ସହ ଆଲୋଚନା କରିଛନ୍ତି ମୋଦୀ । ଏହି ଅବସରରେ ମୋଦୀଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ ।

ନିଜ ୩ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଜି-ଟ୍ୱେଂଟି ଶୀଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ସମ୍ମିଳନୀରେ ଯୋଗଦେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କେବଳ ସେତିକି ନୁହେଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ମଧ୍ୟ ଭେଟି ଆଲୋଚନା କରିଛନ୍ତି ମୋଦୀ । ଏହିଅବସରରେ ଏହି ଅବସରରେ ଅନ୍ୟ ଜି-ଟ୍ୱେଟିଂ ଲିଡରଙ୍କ ସହ ଫଟୋ ଉଠାଇଛନ୍ତି । ରୋମ୍ ସ୍ଥିତ ରୋମା କନଭେନସନ୍ ସେଂଟରରେ ଜି- ଟ୍ୱେଂଟି ଶୀଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମୋଦୀଙ୍କ ପାଂଚ ଦିନିଆ ବିଦେଶ ଗସ୍ତର ତିନି ଦିନ ଇଟାଲୀରେ ରହି ନଭେମ୍ବର ୧ ତାରିଖ ବ୍ରିଟେନ୍ ଗସ୍ତ କରିବେ । ସେଠାରେ କପ-୨୬ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଇଟାଲୀ ଗସ୍ତରେ ପୋପ୍ଙ୍କ ସହ ମୋଦିଙ୍କ ଆଲିଙ୍ଗନକୁ ନେଇ ସବୁଆଡେ ଚର୍ଚ୍ଚା କରାଯାଉଛି । ମୋଦୀଙ୍କ ପୂର୍ବରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ଏବଂ ଅଟଲ ବିହାରୀ ବାଜପେୟୀ ତତ୍କାଳୀନ ପୋପଙ୍କୁ ଭେଟିବାର ସୁଯୋଗ ପାଇଥିଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ବିଶ୍ୱ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପଙ୍କୁ ଭେଟିବା ବିଶ୍ୱରେ ଶାନ୍ତି ସ୍ଥାପନା କ୍ଷେତ୍ରରେ ଏକ ବଡ ସନ୍ଦେଶ ଦେଉଛି ।